ବାଘ ଛାଲ ଜବତ,୩ ଗିରଫ
ସିନାପାଲି: ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କୁରୁଲୁଭଟା ଗ୍ରାମ ନିକଟରୁ ଏକ କାଲରାପତ୍ରିଆ ବାଘ ଛାଲ ଜବତ କରିଛି ବନ ବିଭାଗ I ଏ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ । ରବିବାର ମଧ୍ୟରାତ୍ରିରେ କଲରାପତରିଆ ବାଘ ଛାଲ ଡିଲ ଚାଲିଥିଲା। ଏହି ସମୟରେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତ ଚଢ଼ାଉ କରି ୩ […]
ସିନାପାଲି: ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କୁରୁଲୁଭଟା ଗ୍ରାମ ନିକଟରୁ ଏକ କାଲରାପତ୍ରିଆ ବାଘ ଛାଲ ଜବତ କରିଛି ବନ ବିଭାଗ I ଏ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ । ରବିବାର ମଧ୍ୟରାତ୍ରିରେ କଲରାପତରିଆ ବାଘ ଛାଲ ଡିଲ ଚାଲିଥିଲା। ଏହି ସମୟରେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲା I
ସୂଚନାନୁସାରେ, ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଠାରେ ବାଘଛାଲ ଡ଼ିଲ ହେଉଥିବା ନେଇ ବିଶେଷ ସୁତ୍ରରୁ ସିନାପାଲି ବନ ବିଭାଗ ଖବର ପାଇଥିଲେ। ସେଠାରୁ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତ ଆନୁକୂଲ୍ୟରେ ଏକ ଟିମ ଗଠନ କରି ଚଢାଉ କରାଯାଇଥିଲା।ଏହି ଚଢାଉ ବେଲେ ଏକ କଲରାପତରିଆ ବାଘ ଛାଲ ଜବତ କରିଥିବା ବେଲେ ୩ଜଣ ଙ୍କୁ ଗିରଫ କରାଯାଇଥିଲା। ୩ ଅଭିଯୁକ୍ତ ଙ୍କୁ ଗିରଫ ପରେ ସେମାନଙ୍କୁ ଅଧିକ ପଚରାଉଚରା କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।
ଗିରଫ ବ୍ୟକ୍ତି ହେଲେ ସିନାପାଲି ବ୍ଲକ ଅନ୍ତର୍ଗତ କୋଲିଆପାତର ଗ୍ରାମର କିଶୋର ସାହାଣ୍ତ, କାନ୍ଦୁଲକୋନା ଗ୍ରାମର ଲକ୍ଷି ମାଝି ଓ ଖରତ ଛତ୍ରିଆ ବୋଲି ଜଣାପଡିଛି। ଏହି ଅଭିଯୁକ୍ତମାନଙ୍କୁ ଗିରଫ ପରେ ସୋମବାର ଏସିଏଫ ଏମ, ଡି, ସାଲିହା ଅଧିକ ପଚରାଉଚରା କରିଥିବା ବେଲେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି। ଏନେଇ ସିନାପାଲି ବନ ବିଭାଗ କେସ୍ ନମ୍ୱର ୧୨୪ ରେ ଏକ ମାମଲା ରୁଜୁକରି କୋଟ୍ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।




