ରାଜଧାନୀରୁ ବାଘଛାଲ ସହ ୩ ବେପାରୀ ଗିରଫ
ଭୁବନେଶ୍ୱର : ବାଘଛାଲ ରାକେଟରେ ବି.ଟେକ ଛ।ତ୍ରଙ୍କ ସମ୍ପୃକ୍ତି ! ଭୁବନେଶ୍ୱରରୁ ବାଘଛାଲ ସହ ଧରାପଡ଼ିଲେ ୩ ବେପାରୀ । ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡ଼ିଲ ବେଳେ ମାଡି ବସିଲା ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟ। କର୍ଣ୍ଣାଟକରୁ ବାଘଛାଲ ନେଇ ବେପାରୀ ମାନେ ଆସି ଜୟଦେବ ବିହାର ଅଞ୍ଚଳରେ ଏକ ତାରକା ହୋଟେଲ କଡରେ ବସି ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ପଞ୍ଝାରେ ପଡିଛନ୍ତି । ଏଥିରେ ୨ ଜଣ ବି.ଟେକ ଛତ୍ର […]
ଭୁବନେଶ୍ୱର : ବାଘଛାଲ ରାକେଟରେ ବି.ଟେକ ଛ।ତ୍ରଙ୍କ ସମ୍ପୃକ୍ତି ! ଭୁବନେଶ୍ୱରରୁ ବାଘଛାଲ ସହ ଧରାପଡ଼ିଲେ ୩ ବେପାରୀ । ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡ଼ିଲ ବେଳେ ମାଡି ବସିଲା ଭୁବନେଶ୍ୱର ସ୍ପେଶାଲ କ୍ରାଇମ ୟୁନିଟ। କର୍ଣ୍ଣାଟକରୁ ବାଘଛାଲ ନେଇ ବେପାରୀ ମାନେ ଆସି ଜୟଦେବ ବିହାର ଅଞ୍ଚଳରେ ଏକ ତାରକା ହୋଟେଲ କଡରେ ବସି ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ପଞ୍ଝାରେ ପଡିଛନ୍ତି । ଏଥିରେ ୨ ଜଣ ବି.ଟେକ ଛତ୍ର ସମ୍ପୃକ୍ତ ଥିବା ଜଣାପଡିଛି । ରୋହିତ ମହାପାତ୍ର ନାମକ ଜଣେ କଣ୍ଟ୍ରାକ୍ଟର ଜରିଆରେ ଡିଲ ବେଳେ ଦୁଇ ବିଟେକ ଛାତ୍ରଙ୍କ ସହ ମୋଟ ତିନି ଜଣ ଧରାପଡିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍ ମହାପାତ୍ର (୨୬),ଗଞ୍ଜାମ ଭଞ୍ଜନଗରର ମନଜିତ୍ ସାବତ(୨୧) ଏବଂ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ (୨୩) ବୋଲି ଜଣାପଡିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।




