ଥମୁନାହିଁ ରାଗିଂ, ବିଜେବି କଲେଜରେ ପ୍ରଥମ ବର୍ଷର ଛାତ୍ରଙ୍କୁ ମାଡ଼ ମାରି ୩ ଛାତ୍ର ଗିରଫ

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ (ବିଜେବି)ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ I ଜଣେ କଲେଜ ଛାତ୍ରଙ୍କୁ ଅନ୍ୟ କିଛି ଛାତ୍ର ତଳେ ପକାଇ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବ ପରେ ଏହି ଘଟଣା ସାମ୍ନାକୁ ଆସିଛି ଇ ଏଥିରୁ ଜଣ ପଡିଛି ଜଣେ + ୨ ବିଜ୍ଞାନ ର ପ୍ରଥମ ବର୍ଷ ଛାତ୍ରଙ୍କୁ ,୨ୟ ବର୍ଷ ବିଜ୍ଞାନ ର ଦଳେ ଛାତ୍ର ତଳେ ପକାଇ ମାଡ଼ ମାରୁଥିବା ଜଣା ପଡିଥିଲା I କ୍ୟାମ୍ପସରେ ଏହି […]

Samaya Live Picture
Published On

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ (ବିଜେବି)ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ I ଜଣେ କଲେଜ ଛାତ୍ରଙ୍କୁ ଅନ୍ୟ କିଛି ଛାତ୍ର ତଳେ ପକାଇ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେବ ପରେ ଏହି ଘଟଣା ସାମ୍ନାକୁ ଆସିଛି ଇ ଏଥିରୁ ଜଣ ପଡିଛି ଜଣେ + ୨ ବିଜ୍ଞାନ ର ପ୍ରଥମ ବର୍ଷ ଛାତ୍ରଙ୍କୁ ,୨ୟ ବର୍ଷ ବିଜ୍ଞାନ ର ଦଳେ ଛାତ୍ର ତଳେ ପକାଇ ମାଡ଼ ମାରୁଥିବା ଜଣା ପଡିଥିଲା I କ୍ୟାମ୍ପସରେ ଏହି ସଂଘବନ୍ଧ ଆକ୍ରମଣ ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଦେଖେଣାହାରି ସାଜିଥିଲେ। ଘଟଣା ଜଣାପଡିବା ପରେ ବଡଗଡ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ୩ଜଣ +୨ ଛାତ୍ରଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଛାତ୍ରଙ୍କୁ ଅଟକ ରଖ ଯାଇଛି I

ସୂଚନା ମୁତାବକ, ଛାତ୍ରଟି ପ୍ରତିଦିନ ଏକ ଛାତ୍ରୀଙ୍କ ସହ କଲେଜ ଆସୁଥିଲେ। ଏହାକୁ ନେଇ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳାର ଜଣେ ଛାତ୍ର ବିରୋଧ କରିଥିଲେ। ଉକ୍ତ ଯୁକ୍ତ ୨ ବିଜ୍ଞାନ ଛାତ୍ରକୁ ଡ଼ାକି ଏହି ଛାତ୍ରୀ ଠାରୁ ଦୂରେଇ ରହିବାକୁ ତାଗିଦ୍ କରିଥିଲେ। ତେବେ ପୀଡିତ ଛାତ୍ର ଓ ଛାତ୍ରୀଙ୍କର ପାରିବାରିକ ସମ୍ପର୍କ ଥିବା ବେଳେ,ଛାତ୍ରୀଙ୍କର ବାପା ପ୍ରାୟ ସମୟରେ ନେବା ଆଣିବା କରିଥାନ୍ତି I ମାତ୍ର ଏହି ଘଟଣା ଘଟିବା ପରେ ଏ ସମ୍ପର୍କରେ ଯୁକ୍ତ ୨ ବିଜ୍ଞାନ ଛାତ୍ର ଜଣକ ତାର ଚିହ୍ନା ଥିବା ଉକ୍ତ କଲେଜ ଯୁକ୍ତ ୩ର ଜଣେ ଛାତ୍ରଙ୍କୁ ଜଣାଇଥିଲେ। ସନିୟରଙ୍କ ନିକଟରେ ଅଭିଯୋଗ କରିବା ଜାଣିବା ପରେ ଉକ୍ତ ଯୁକ୍ତ ୨ ବିଜ୍ଞାନ ଛାତ୍ରଙ୍କୁ ଘେରିଯାଇ ଯୁକ୍ତ ୨ କଳା ଦ୍ୱିତୀୟବର୍ଷର ଛାତ୍ରଙ୍କ ସମେତ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିଲେ।

ବୁଧବାର ଦିନ ତାଙ୍କୁ କଲେଜ୍‌ରେ ଦେଖିବା ମାତ୍ରେ ସିନିୟର ଛାତ୍ରଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ଘେରିଯାଇଥଲେ। କ୍ୟାମ୍ପସରେ ଥିବା ଏକ ଗଛମୂଳ ପିଣ୍ଡିକୁ ନେଇ ସେଠାରେ ବସାଇ ଅକଥନୀୟ ନିର୍ଯାତନା ଦେଇଥିଲେ। ସମସ୍ତଙ୍କ ସାମ୍ନାରେ ଗଡ଼େଇ ତଡ଼େଇ ଗୋଇଠା, ଧକ୍କା ମାରିଥିଲେ ।

ପୂର୍ବରୁ ମଧ୍ୟ ବିଜେବି କଲେଜ୍‌ର ଦୁଇ ଦୁଇଟି ରାଗିଂ ଘଟଣା ଘଟିଯାଇଛି I ବାରମ୍ବାର କଲେଜରେ ଏଇଭଳି ରାଗିଂ ହେଉଥିଲେ ମଧ୍ୟ ଗଠନ ହୋଇଥିବା ଆଣ୍ଟି ରାଗିଂ ସ୍କ୍ୱାର୍ଡ କୌଣସି ପଦକ୍ଷେପ ନେଉ ନଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଉଦ୍ବେଗ ଦେଖାଦେଇଛି ।

Tags: