ସମ୍ପତ୍ତି ଲୋଭରେ ୩ ପରିବାର ସଦସ୍ୟଙ୍କୁ ଗୁଳିମାଡ
ଢେଙ୍କାନାଳ: ସମ୍ପତ୍ତି ଲୋଭରେ ସ୍ୱାମୀର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ, ପୁଅ, ଶାଳୀକୁ ଗୁଳିମାଡ଼ ସହ କାତିରେ ଆକ୍ରମଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ ହେଲେ ଅଭିଯୁକ୍ତ ମାୟାଧର ବେହେରା । ଆହତ ୩ ଜଣ ହେଉଛନ୍ତି ମାୟାଧରଙ୍କ ପତ୍ନୀ କୈକେଇ ବେହେରା, ପୁଅ ବାନା ବେହେରା ଓ […]
ଢେଙ୍କାନାଳ: ସମ୍ପତ୍ତି ଲୋଭରେ ସ୍ୱାମୀର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ, ପୁଅ, ଶାଳୀକୁ ଗୁଳିମାଡ଼ ସହ କାତିରେ ଆକ୍ରମଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ ହେଲେ ଅଭିଯୁକ୍ତ ମାୟାଧର ବେହେରା । ଆହତ ୩ ଜଣ ହେଉଛନ୍ତି ମାୟାଧରଙ୍କ ପତ୍ନୀ କୈକେଇ ବେହେରା, ପୁଅ ବାନା ବେହେରା ଓ ଶାଳୀ ଶୁଭଦ୍ରା ବେହେରା ।
ଘଟନାନୁସାରେ, ମାୟାଧର ପ୍ରଥମେ ୩ ଜଣଙ୍କୁ ଗୁଳିମାଡ କରି ପରେ ଜୀବନରୁ ମାରିଦେବା ପାଇଁ କାତିରେ ଆକ୍ରମଣ କରିଥିଲା । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର ପରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ସମସ୍ତ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ କଟକ ଯାଇ ପଚରାଉଚରା କରିବା ସହିତ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ଅଭିଯୁକ୍ତ ମାୟାଧରକୁ ଗିରଫ କରିବା ସହିତ ତାଠାରୁ ଦେଶୀ ବନ୍ଧୁକ ଓ କାତିକୁ ଜବତ କରିଛି ପୋଲିସ । ଘଟଣାରେ ଆଉ କାହାର ସଂପୃକ୍ତ ରହିଛି କି ନାହିଁ ସେନେଇ ତଦନ୍ତ ଚାଲିଛି। ମାୟାଧର ପାଖରେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଖୋଳତାଡ଼ କରୁଛି ପୋଲିସ ।




