ତିନି ବ୍ରାଉନ ସୁଗାର ବେପାରୀଙ୍କୁ ୨୦ ଵର୍ଷ ସଶ୍ରମ କାରାଦଣ୍ଡାଦେଶ
ଭୁବନେଶ୍ୱର : ୩ ବ୍ରାଉନ ସୁଗାର ବେପାରୀଙ୍କୁ ୨୦ ଵର୍ଷ ଯାଏଁ ସଶ୍ରମ କାରାଦଣ୍ଡ ଆଦେଶ I ଏହା ସହିତ ପ୍ରତୟକଙ୍କୁ ୧ ଲକ୍ଷ ତାଙ୍କ ଲେଖାଏଁ ଜୋରିମାନା I ତେବେ ଜୋରିମାନା ଅନାଦେୟ ହେଲେ ଆଉ ଏକବର୍ଷ ଲାଗି ଜେଲ ଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜଜ୍ I କାରାଦଣ୍ଡ ସଜା ପାଇଥିବା ୩ ଅଭିଯୁକ୍ତ ହେଲେ ଦେବଶିଷ ବେହେରା ଓରଫ ରିଙ୍କୁ, ପ୍ରବୀର କୁମାର ସିଂ ଓରଫ ସିତୁ ଏବଂ ଶେଖ୍ କୌସର […]
ଭୁବନେଶ୍ୱର : ୩ ବ୍ରାଉନ ସୁଗାର ବେପାରୀଙ୍କୁ ୨୦ ଵର୍ଷ ଯାଏଁ ସଶ୍ରମ କାରାଦଣ୍ଡ ଆଦେଶ I ଏହା ସହିତ ପ୍ରତୟକଙ୍କୁ ୧ ଲକ୍ଷ ତାଙ୍କ ଲେଖାଏଁ ଜୋରିମାନା I ତେବେ ଜୋରିମାନା ଅନାଦେୟ ହେଲେ ଆଉ ଏକବର୍ଷ ଲାଗି ଜେଲ ଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜଜ୍ I କାରାଦଣ୍ଡ ସଜା ପାଇଥିବା ୩ ଅଭିଯୁକ୍ତ ହେଲେ ଦେବଶିଷ ବେହେରା ଓରଫ ରିଙ୍କୁ, ପ୍ରବୀର କୁମାର ସିଂ ଓରଫ ସିତୁ ଏବଂ ଶେଖ୍ କୌସର ଅଲ୍ଲୀ। ଏମାନଙ୍କ ଘର ବାଲେଶ୍ବର ଜିଲ୍ଲାରେ। ଓଡ଼ିଶାରେ ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ ଏନ୍ଡିପିଏସ୍ ଆକ୍ଟ, ୧୯୮୫ ଅନୁଯାୟୀ ଦୋଷୀମାନଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ମିଳିଛି।
ସୂଚନାନୁସାରେ,ଅଭିଯୁକ୍ତମାନେ ୨୦୨୦ ଜୁନ୍ ୧୯ ତାରିଖରେ ଏକ ବୋଲେରୋ ଗାଡ଼ିରେ ବ୍ରାଉନ୍ ସୁଗାର ଆଣୁଥିବା ବେଳେ ରାଜଧାନୀର ରସୁଲଗଡ଼ ଛକ ନିକଟରେ ଏସପ୍ଲାନେଡ୍ ମଲ୍ ସମ୍ମୁଖରେ ଏସଟିଏଫ ହାତରେ ଧରାପଡ଼ିଥିଲେ। ସନ୍ଧାନ ସମୟରେ ଗାଡ଼ିରୁ ପ୍ରଚୁର ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ଓଜନ ୪ କିଲୋଗ୍ରାମ୍ ୪୫୮ ଗ୍ରାମ ବୋଲି ପରେ ଜଣାପଡ଼ିଥିଲା। ସେମାନେ ପଶ୍ଚିମବଙ୍ଗରୁ ଏହି ବ୍ରାଉନ ସୁଗାର ଆଣି ଭୁବନେଶ୍ୱରରୁ ବିକ୍ରି କରିଥାନ୍ତେ I ଏହା ସହିତ ଯାଞ୍ଚବେଳେ ଅଭିଯୁକ୍ତ ମାନଙ୍କ ଗାଡ଼ିରୁ ବହୁ ଅପରାଧିକ ସାମଗ୍ରୀ ଜବତ କରାଯାଇଥିଲା Iଏହି ମାମଲାର ତଦନ୍ତ କରିବା ପରେ ଚାର୍ଜଶିଟ୍ ଦାଖଲ କରିଥିଲା ଏସ୍ଟିଏଫ୍।




