ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କ ସମେତ ୩ ଗିରଫ
ରାୟଗଡ଼ା: ଗୁଣୁପୁରରେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟ ଘଟଣା। ଘଟଣାରେ ସ୍ବାମୀ, ଶାଶୁ, ଶ୍ବଶୁରକୁ ଗିରଫ କରିଛି ଗୁଣୁପୁର ପୋଲିସ୍। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗୁଣୁପୁର ଉପକାରାଗାରକୁ ପଠାଯାଇଛି। ମୃତ ନବବଧୂ ହେଉଛନ୍ତି ରଶ୍ମି ରଂଜନୀ ବଡ଼ କୁମାର ସେ ଜଣେ ପୋଷ୍ଟାଲ କର୍ମଚାରୀ ଥିଲେ ଏବଂ ତାଙ୍କ ସ୍ୱାମୀ ଦେବାଶିଷ ମଝି ହେଉଛନ୍ତି ଜଣେ ପୋଲିସ କନେଷ୍ଟବଳ । ସୂଚନାନୁସାରେ,ଗତ ୩ ଜୁଲାଇ ୨୦୨୪ରେ ପାରଳାଖେମୁଣ୍ଡି ସହର ବିଦ୍ୟାନଗରର କୁଞ୍ଜବିହାରୀ ବଡ଼କୁମାରଙ୍କ ଝିଅ ରଶ୍ମି […]
ରାୟଗଡ଼ା: ଗୁଣୁପୁରରେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟ ଘଟଣା। ଘଟଣାରେ ସ୍ବାମୀ, ଶାଶୁ, ଶ୍ବଶୁରକୁ ଗିରଫ କରିଛି ଗୁଣୁପୁର ପୋଲିସ୍। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗୁଣୁପୁର ଉପକାରାଗାରକୁ ପଠାଯାଇଛି। ମୃତ ନବବଧୂ ହେଉଛନ୍ତି ରଶ୍ମି ରଂଜନୀ ବଡ଼ କୁମାର ସେ ଜଣେ ପୋଷ୍ଟାଲ କର୍ମଚାରୀ ଥିଲେ ଏବଂ ତାଙ୍କ ସ୍ୱାମୀ ଦେବାଶିଷ ମଝି ହେଉଛନ୍ତି ଜଣେ ପୋଲିସ କନେଷ୍ଟବଳ ।
ସୂଚନାନୁସାରେ,ଗତ ୩ ଜୁଲାଇ ୨୦୨୪ରେ ପାରଳାଖେମୁଣ୍ଡି ସହର ବିଦ୍ୟାନଗରର କୁଞ୍ଜବିହାରୀ ବଡ଼କୁମାରଙ୍କ ଝିଅ ରଶ୍ମି ରଂଜନୀଙ୍କ ବିବାହ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶତର ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝିଙ୍କ ସହ ହୋଇଥିଲା I ତେବେ ବିବାହକୁ ମାତ୍ର ୮ ମାସ ବିତିଥିବାବେଳେ ୯ ତାରିଖ ରାତିରେ ରଶ୍ମୀ ରଞ୍ଜନୀ ବଡକୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ଖବର ପାଇବାପରେ ମହିଳାଙ୍କ ମୃତ୍ୟୁକୁ ନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ। ରଶ୍ମୀଙ୍କ ପରିବାର । ଝିଅକୁ ବିବାହ ଦେବା ପରଠୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିବା ନେଇ ରଶ୍ମୀଙ୍କ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ।




