ରାଜଧାନୀ ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା:ଗିରଫ ହେଲେ ତିନି ଅଭିଯୁକ୍ତ
ଭୁବନେଶ୍ୱର:ରାଜଧାନୀ ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଗିରଫ ହେଲେ ତିନି ଅଭିଯୁକ୍ତ।ନୟାଗଡ଼ ଶରଣକୂଳରୁ ୩ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍।ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ନୟାଗଡ଼ ଜିଲାର ଶରଣକୂଳ ଅଞ୍ଚଳରୁ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ଵାଡ୍ ଗିରଫ କରିଛି। ଅଭିଯୁକ୍ତମାନେ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ଧଳାଜହର କାରବାର ଏବଂ ପୂର୍ବ ଶତ୍ରୁତାକୁ ନେଇ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ବୁଧବାର ସକାଳୁ ଭୁବନେଶ୍ଵରର ରସୁଲଗଡ଼ ଓଭରବ୍ରିଜ […]
ଭୁବନେଶ୍ୱର:ରାଜଧାନୀ ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଗିରଫ ହେଲେ ତିନି ଅଭିଯୁକ୍ତ।ନୟାଗଡ଼ ଶରଣକୂଳରୁ ୩ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍।ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ନୟାଗଡ଼ ଜିଲାର ଶରଣକୂଳ ଅଞ୍ଚଳରୁ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ଵାଡ୍ ଗିରଫ କରିଛି। ଅଭିଯୁକ୍ତମାନେ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ଧଳାଜହର କାରବାର ଏବଂ ପୂର୍ବ ଶତ୍ରୁତାକୁ ନେଇ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ବୁଧବାର ସକାଳୁ ଭୁବନେଶ୍ଵରର ରସୁଲଗଡ଼ ଓଭରବ୍ରିଜ ନିକଟରେ ଘଟିଥିଲା ହତ୍ୟାକାଣ୍ଡ।ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା




