ମିଲ ମାଲିକଙ୍କୁ ଅପହରଣ ଘଟଣାରେ ୧୩ ଗିରଫ

ଜୟପୁର : ରାଇସ୍‌ ମିଲ୍‌ ମାଲିକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମାଷ୍ଟର ମାଇଣ୍ଡ ଅଭିଜିତ ଓରଫ ଜିତ ମହୁରିଆ ସମେତ ଗ୍ୟାଙ୍ଗର ୧୩ଜଣ ସଦସ୍ୟଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଘଟଣାର ୫ ଦିନ ପରେ ଧରାପଡ଼ିଛନ୍ତି ଅପରାଧୀ । ଆଜି ବୋରିଗୁମ୍ମା ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଅଭିନବ ସୋନାକାର ଏ ସମ୍ପର୍କରେ ଖୁଲାସା କରିଛନ୍ତି । ଅର୍ଥପାଇଁ ନିଜ ମାଲିକଙ୍କୁ କିଡନାପ କରାଇଥିଲା ରାଇସ ମିଲ […]

Samaya Live Picture
Published On

ଜୟପୁର : ରାଇସ୍‌ ମିଲ୍‌ ମାଲିକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମାଷ୍ଟର ମାଇଣ୍ଡ ଅଭିଜିତ ଓରଫ ଜିତ ମହୁରିଆ ସମେତ ଗ୍ୟାଙ୍ଗର ୧୩ଜଣ ସଦସ୍ୟଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଘଟଣାର ୫ ଦିନ ପରେ ଧରାପଡ଼ିଛନ୍ତି ଅପରାଧୀ । ଆଜି ବୋରିଗୁମ୍ମା ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଅଭିନବ ସୋନାକାର ଏ ସମ୍ପର୍କରେ ଖୁଲାସା କରିଛନ୍ତି ।

ଅର୍ଥପାଇଁ ନିଜ ମାଲିକଙ୍କୁ କିଡନାପ କରାଇଥିଲା ରାଇସ ମିଲ କର୍ମଚାରୀ । ରାଇସ ମିଲ ମାଲିକଙ୍କ ମୁଣ୍ଡ ଜାମିନ ପାଇଁ ୭୦ ଲକ୍ଷ ତାଙ୍କ ଦାବି କରି ୨୫ ଲକ୍ଷ ଟଙ୍କାରେ ତାଙ୍କୁ ଛାଡିଥିଲେ । ଆଉ ଏହି ଟଙ୍କା କାରବାର ରୁ ହିଁ ଅଭିଯୁକ୍ତ ମାନେ ଧରାପଡ଼ିଥିଲେ । ଅଭିଯୁକ୍ତଙ୍କ ନିକଟରୁ ୩ଟି କାର, ଗୋଟିଏ ବାଇକ, ୩ଟି ବନ୍ଧୁକ, ୧୫ଟି ଖୋକା, ଦୁଇଟି ଖଣ୍ଡା, ୧୪ଟି ମୋବାଇଲ୍ ଫୋନ୍‌ ଏବଂ ନଗଦ ୨୪ଲକ୍ଷ ୮୫ ହଜାର ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି, ସେମାନଙ୍କ ସନ୍ଧାନ ଚାଲିଥିବା କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାନୁସାରେ,ରାଇସ ମିଲ ମାଲିକ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ଜିତ ଏକ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ଗତ ବର୍ଷ ଜେଲ ଯାଇଥିଲେ । ଜେଲରେ ରହି ଅନ୍ୟ ସାଥି କଏଦୀ ମାନଙ୍କ ଠାରୁ ସେ ଅପହରଣ ଓ ଦାଦା ବଟି ଆଦାୟ କରିବା ଶିଖିଥିଲା । ବେଲ୍‌ରେ ମୁକୁଳିବା ପରେ ଜୁଲାଇ ୬ରେ ରାଇସ୍‌ ମିଲ୍‌ ମାଲିକ ଏ. ରମେଶ ପାତ୍ରଙ୍କୁ ଟାର୍ଗେଟ କରିଥିଲେ। ୧୨ତାରିଖ ଦିନ କେନାଲ ରାସ୍ତାରେ ଖଣ୍ଡା ଦେଖାଇ ରମେଶଙ୍କୁ ଅଟକାଇଥିଲେ। ଅପହରଣ କରି ଜୟପୁର ମକାପୁଟ ଡମ୍ପିୟାର୍ଡକୁ ନେଇ ସେଠାରୁ ରମେଶଙ୍କ ସଂପର୍କୀୟଙ୍କୁ ଫୋନ କରି ରମେଶଙ୍କ ମୁଣ୍ଡ ଜାମିନ ବାବଦରେ ଅର୍ଥ ଦାବି କରିଥିଲେ ।

ଏହି ଘଟଣାରେ ସମ୍ପୃକ୍ତ ୧୩ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଯଥା ଜିତର ସ୍ତ୍ରୀ,ଭଉଣୀ ଓ ମା’ଙ୍କର ସମ୍ପୃକ୍ତି ଥିବାବେଳେ ୮ ଜଣ ପେସାଦାର ଅଭିଯୁକ୍ତ ଥିବାନେଇ ପୋଲିସ ସୂଚନା ଦେଇଛନ୍ତି I

Tags: