ରାଜଧାନୀରେ ଧରାପଡ଼ିଲେ ତାମିଲନାଡୁର ତୀରଛି ଗ୍ୟାଙ୍ଗ
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରାମାନେ ତାମିଲନାଡୁର ହୋଇଥିବା ବେଳେ ଗ୍ୟାଙ୍ଗ୍ ନାଁ ତୀରଛି ଗ୍ୟାଙ୍ଗ୍ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟେରା ମାନେ ଲାପଟପ୍ ଓ ମୋବାଇଲ୍ ଲୁଟ୍ କରୁଥିଲେ । ଏମାନଙ୍କ ନିକଟରୁ ୪ଟି ଲାପଟପ ଓ ୨୫ଟି ମୋବାଇଲ ଜବତ ହୋଇଛି। ବିଶେଷକରି ବାଟୁଳିଖଡା ବା ଚିଟିକିଣି ଧରି ଏମାନେ ରାଜଧାନୀରେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର […]
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରାମାନେ ତାମିଲନାଡୁର ହୋଇଥିବା ବେଳେ ଗ୍ୟାଙ୍ଗ୍ ନାଁ ତୀରଛି ଗ୍ୟାଙ୍ଗ୍ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟେରା ମାନେ ଲାପଟପ୍ ଓ ମୋବାଇଲ୍ ଲୁଟ୍ କରୁଥିଲେ । ଏମାନଙ୍କ ନିକଟରୁ ୪ଟି ଲାପଟପ ଓ ୨୫ଟି ମୋବାଇଲ ଜବତ ହୋଇଛି। ବିଶେଷକରି ବାଟୁଳିଖଡା ବା ଚିଟିକିଣି ଧରି ଏମାନେ ରାଜଧାନୀରେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି । ଏହି ସବୁକୁ ଚକୋଲେଟ ରାପରରେ ଗୁଡାଇ ରଖୁଥିଲେ । ଏହା ସାହାଯ୍ୟରେ କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ତେବେ ଏ ନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି , ୭ ଦିନ ଭିତରେ ଭୁବନେଶ୍ୱର ୨ଟି କଟକ ରେ ୧ଟି କାର କାଚ ଭାଙ୍ଗି ଲୁଟ ଅଭିଯୋଗ ହୋଇଥିଲା । ଏହି ୪ ଅଭିଯୁକ୍ତ ମାନେ ମୋ ବସ୍, ମାର୍କେଟ୍ ଅଞ୍ଚଳରେ ହେଉଥିବା ଲୁଟ୍ ରେ ସମ୍ପୃକ୍ତ ରହିଛନ୍ତି ।
ପୋଲିସ ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗର ସଦସ୍ୟ ମାନେ ସାରା ଭାରତ ବୁଲି ବୁଲି ଲୁଟ କରିଥାନ୍ତି । ଭୁବନେଶ୍ୱର ୯ ଟି, କଟକ ବାଦାମ ବାଡ଼ି ଥାନାରେ ୧ଟି ମାମଲା ଏମାନଙ୍କ ନାଁରେ ରହିଛି । ଏହି ଲୁଟେରା ମାନଙ୍କର ସମ୍ପର୍କ ଆଉ କେଉଁ ରାଜ୍ୟ ସହ ରହିଛି ଏନେଇ ଅନ୍ୟ ରାଜ୍ୟଙ୍କ ସହ ଯୋଗାଯୋଗ କରିବ କମିସନରେଟ ପୋଲିସ । ଗିରଫ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ରିମାଣ୍ଡ ରେ ଆଣି ଜେରା କରିବ କମିଶନରେଟ ପୋଲିସ ।




