ଶୋଇଥିବାବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ୫୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ

ବ୍ରହ୍ମପୁର : ଶୋଇଥିଲାବେଳେ ଝରକା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ I ଛତ୍ରପୁର ଥାନା ଅଧିନ ତୁଳସୀନଗରରେ ଗତ ରାତିରେ ହୋଇଛି ବଡ଼ ଧରଣର ଲୁଟପାଟ I ତୁଳସୀନଗରରେ ଚତୁର୍ଥ ଲେନରେ ରହୁଥିବା କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ହୋଇଛି ଏହି ଲୁଟ । ଗତ କାଲି ବିଳମ୍ବିତ ରାତିରେ ଘରେ ପଶି ଦୁର୍ବୁତ୍ତମାନେ ୨୫ ଭରି ସୁନା,୪୦ ଭରି ରୂପା,ସଙ୍କେତ ନଗଦ୨୫ ହଜାର ଟଙ୍କା ଲୁଟିନେଇଥିବା ଜଣାପଡିଛି । ଏହାସହ ଏଟିଏମ ,ଆଧାର କାର୍ଡ […]

Samaya Live Picture
Published On

ବ୍ରହ୍ମପୁର : ଶୋଇଥିଲାବେଳେ ଝରକା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ I ଛତ୍ରପୁର ଥାନା ଅଧିନ ତୁଳସୀନଗରରେ ଗତ ରାତିରେ ହୋଇଛି ବଡ଼ ଧରଣର ଲୁଟପାଟ I ତୁଳସୀନଗରରେ ଚତୁର୍ଥ ଲେନରେ ରହୁଥିବା କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ହୋଇଛି ଏହି ଲୁଟ । ଗତ କାଲି ବିଳମ୍ବିତ ରାତିରେ ଘରେ ପଶି ଦୁର୍ବୁତ୍ତମାନେ ୨୫ ଭରି ସୁନା,୪୦ ଭରି ରୂପା,ସଙ୍କେତ ନଗଦ୨୫ ହଜାର ଟଙ୍କା ଲୁଟିନେଇଥିବା ଜଣାପଡିଛି । ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି ନେଲେ ଲୁଟେରା । ଏ ନେଇ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି କିଶୋର ଚନ୍ଦ୍ର ଗୌଡ଼ । ଘଟଣାସ୍ଥଳରେ ଛତ୍ରପୁର ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ ଘରେ କେବଳ ସ୍ୱାମୀ ସ୍ତ୍ରୀ ରହୁଥିବାବେଳେ ତାଙ୍କ ପୁଅ ଝିଅ ବାହାରେ ରହୁଛନ୍ତି I ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀ ଗୋଟିଏ ରୁମ୍ରେ ଶୋଇଥିବାବେଳେ ଅନ୍ୟ ରୁମର ଝରକା ତାଡି ଘରେ ପଶି ଆଲମିରା ଭାଙ୍ଗି ଦୁର୍ବୁତ୍ତମାନେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ ୨୫ ହଜାର ଟଙ୍କା ଓ ଏଟିଏମ, ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି । ଏ ନେଇ ସେ ମଙ୍ଗଳବାର ସକାଳେ କିଶୋର ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାର ସୂଚନା ପାଇ ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Tags: