ଏବେ ବି ରହିଛି ଅନ୍ଧ ବିଶ୍ୱାସ ,ମୃତକଙ୍କୁ ବଞ୍ଚାଇବାକୁ ଝଡାଫୁଙ୍କା
ବାଲେଶ୍ୱର : ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ସମାଜରେ ଏପର୍ଯ୍ୟନ୍ତ ଅନ୍ଧ ବିଶ୍ୱାସ ଭାରି ରହିଛି I ଏଇଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ I ମୃତ ନାବାଳକ ପୁଅକୁ ବଞ୍ଚାଇବାକୁ ଠାକୁରାଣୀଙ୍କ ପାଖରେ ଝଡାଫୁଙ୍କା କରାଇଛନ୍ତି ପରିବାରଲୋକେ I ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମର ଏହି ଘଟଣା ଘଟିଛି I କିନ୍ତୁ ମୃତ ନାବାଳକ ଆଉଥରେ ଜୀବିତ ହୋଇ ନଥିବା ଜଣାପଡିଛି I ଘଟନାନୁସାରେ, ଗତକାଲି ଝାଡପିମ୍ପଳ ଗ୍ରାମର […]
ବାଲେଶ୍ୱର : ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ସମାଜରେ ଏପର୍ଯ୍ୟନ୍ତ ଅନ୍ଧ ବିଶ୍ୱାସ ଭାରି ରହିଛି I ଏଇଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ I ମୃତ ନାବାଳକ ପୁଅକୁ ବଞ୍ଚାଇବାକୁ ଠାକୁରାଣୀଙ୍କ ପାଖରେ ଝଡାଫୁଙ୍କା କରାଇଛନ୍ତି ପରିବାରଲୋକେ I ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମର ଏହି ଘଟଣା ଘଟିଛି I କିନ୍ତୁ ମୃତ ନାବାଳକ ଆଉଥରେ ଜୀବିତ ହୋଇ ନଥିବା ଜଣାପଡିଛି I
ଘଟନାନୁସାରେ, ଗତକାଲି ଝାଡପିମ୍ପଳ ଗ୍ରାମର କିଶୋର ଦଣ୍ଡପାଟଙ୍କ ୧୪ ବର୍ଷିଆ ନାବାଳକ ପୁଅ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ପୋଖରୀ ତୁଠକୁ ଯାଇ ଦେଖିବାବେଳକୁ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁଅ ଗୁରୁତର ହୋଇ ଅଚେତ ହୋଇପଡିଥିଲେ । ପୁଅକୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ବାଲିଆପାଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ। ଏହାପରେ ଘରକୁ ମୃତଦେହ ନେଇ ଫେରିଥିଲେ ପରିବାର ।
ନାବାଳକର ମୃତ୍ୟୁ ପାଇଁ ଟାଟା ପାୱାରକୁ ଦାୟୀ କରି କମର୍ଦା-ବାଲିଆପାଳ ମୁଖ୍ୟ ରାସ୍ତା ରୋକ କରିଥିଲେ । ଏହି ସମୟରେ କେହି ଜଣେ ଠାକୁରାଣୀଙ୍କ ପୂଜାର୍ଚ୍ଚନା କଲେ ପୁଅ ବଞ୍ଚିବ ବୋଲି କହିବାରୁ ପରିବାର ଲୋକେ ଠାକୁରାଣୀଙ୍କ ପୁଜାର୍ଚ୍ଚନା କରିଥିଲେ । ଲୋକେ ପୁଅ ବଞ୍ଚିଛି ବୋଲି କହିବାରୁ ପୁଣି ମେଡିକାଲକୁ ନେଇଥିଲେ, ହେଲେ ଡାକ୍ତର ମୃତ ଘୋଷଣା କରିବା ପରେ ଘରକୁ ଫେରାଇ ଆଣିଥିବା ସୂଚନା ମିଳିଛି ।




