ଶ୍ରୀ ଲିଙ୍ଗରାଜ ମନ୍ଦିର ପାର୍ଶ୍ବମନ୍ଦିରରେ ଚୋରି

ଶ୍ରୀ ଲିଙ୍ଗରାଜ ମନ୍ଦିର ପାର୍ଶ୍ବମନ୍ଦିରରେ ଚୋରି
Ipsita Picture
By: Ipsita
Published On


ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମନ୍ଦିରରୁ ଚୋରି ବଢିବାରେ ଲାଗିଛି, ଏଥିରେ ରାଜଧାନୀରେ ଥିବା ମନ୍ଦିର ବି ବର୍ତ୍ତୁ ନାହାନ୍ତି । ସୂଚନା  ଅନୁସାରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ୱାର ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିରରୁ ଚୋରି ହୋଇଛି ।  ସୂଚନାଅନୁସାରେ, ସୋମବାର ବିଳମ୍ବିତ ରାତିରେ ଚୋରମାନେ ମନ୍ଦିର ମୁଖ୍ୟ ଗେଟ୍‌ ତାଲାକୁ ପଥରରେ ଭାଙ୍ଗି ଗର୍ଭଗୃହରେ ପଶି ମାଆଙ୍କ ବେକରେ ଥିବା ୩ଟି ସୁନା ମଙ୍ଗଳସୁତ୍ର, ମଥା ମଣି ସମେତ ମାଆଙ୍କ ଏକ ପ୍ରାଚୀନ ମୂର୍ତିକୁ ଚୋରି କରିଛନ୍ତି । ଏହାସହ ପାଟ ଲୁଗା ଓ ଦାନ ବାକ୍ସରେ ଥିବା ଟଙ୍କା ସହ ପୂଜା ବହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି, ଯାହାପରେ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ  ସୋମବାର ରାତି ୧୧ଟାରେ ମନ୍ଦିର ପୂଜା ସାରି ପହୁଡ଼ ପକାଇ ପୂଜକ ଘରକୁ ଯାଇଥିଲେ । କିନ୍ତୁ ସକାଳୁ ମନ୍ଦିରର ଗେଟ ଚାବି ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ ସ୍ଥାନୀୟଲୋକ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

Tags: