କୋର୍ଟ ମାଲଖାନାରୁ ଚୋରି

ସୋର : ସିଭିଲ କୋର୍ଟ ମାଲଖାନାରେ ପଶି କଳାକନା ବୁଲାଇଲେ ଚୋର । ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର କୋର୍ଟ ମାଲଖାନାରୁ ଚୋରି ହୋଇଥିବା ସୂଚନା ମିଳିଛି । ସୋର ଜେଏମ୍‌ଏଫସି ସିଭିଲ କୋର୍ଟର ମାଲଖାନାରେ ଜବତ ହୋଇଥିବା ସୁନା ଅଳଙ୍କାର, ବନ୍ଧୁକ ଓ ବ୍ରାଉନ ସୁଗାର ସହ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ସକାଳେ କୋର୍ଟ ରୁମ ଖୋଲାଥିବା ୱାଚ ମ୍ୟାନ ଦେଖିବାକୁ […]

କୋର୍ଟ ମାଲଖାନାରୁ ଚୋରି

ସୋର : ସିଭିଲ କୋର୍ଟ ମାଲଖାନାରେ ପଶି କଳାକନା ବୁଲାଇଲେ ଚୋର । ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର କୋର୍ଟ ମାଲଖାନାରୁ ଚୋରି ହୋଇଥିବା ସୂଚନା ମିଳିଛି । ସୋର ଜେଏମ୍‌ଏଫସି ସିଭିଲ କୋର୍ଟର ମାଲଖାନାରେ ଜବତ ହୋଇଥିବା ସୁନା ଅଳଙ୍କାର, ବନ୍ଧୁକ ଓ ବ୍ରାଉନ ସୁଗାର ସହ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ସକାଳେ କୋର୍ଟ ରୁମ ଖୋଲାଥିବା ୱାଚ ମ୍ୟାନ ଦେଖିବାକୁ ପାଇଥିଲେ। ପରେ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସୋର ପୁଲିସ୍‌, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତନାଘନା ଚଳାଇଛନ୍ତି। ଚୋରମାନେ କୋର୍ଟର ପଛପଟେ ପଶି ଏପରି କାଣ୍ଡ ଘଟାଇଛନ୍ତି। ଚୋରି ସମୟର ପ୍ରମାଣ ନଷ୍ଟ ପାଇଁ ସିସିଟିଭି ନଷ୍ଟ କରିଦେଇଛନ୍ତି। ସିସି କ୍ୟାମେରାରେ ଦୁଇ ଜଣ ଚୋର ହେଲମେଟ ପିନ୍ଧି କୋର୍ଟ ମାଲଖାନାରେ ପଶିଥିବା ଦେଖିବାକୁ ମିଳିଛି । ସପ୍ତାହେ ପୂର୍ବରୁ ସୋର ଜେଲରୁ ଜଣେ ବିଚାରାଧୀନ କଏଦୀ ଫରାର ହୋଇଯାଇଥିଲ ।

Read More ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି - ମନ୍ତ୍ରୀ

Tags: