ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭଦ୍ରକ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା । ଭଦ୍ରକ ଜିଲ୍ଲା ଧାମନଗର ଥାନା ବାସ୍ତବ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ମୃତକ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଏ ନେଇ ଯୁବକଙ୍କ ପରିବାର ଲୋକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କୁ ଗତ ୪ତାରିଖରେ ବାସ୍ତବ ନିବାରଣ କେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକେ । ଗତକାଲି ସେ […]

Samaya Live Picture
Published On

ଭଦ୍ରକ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା । ଭଦ୍ରକ ଜିଲ୍ଲା ଧାମନଗର ଥାନା ବାସ୍ତବ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ମୃତକ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ଏ ନେଇ ଯୁବକଙ୍କ ପରିବାର ଲୋକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି।

ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କୁ ଗତ ୪ତାରିଖରେ ବାସ୍ତବ ନିବାରଣ କେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକେ । ଗତକାଲି ସେ ଅସୁସ୍ଥ ଥିବା ପରିବାରଲୋକଙ୍କୁ ଜଣାଯାଇଥିଲା ମଙ୍ଗଳବାର ରାତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କେଉଁ ପରିସ୍ଥିତିରେ କେଦାରନାଥଙ୍କ ମୃତ୍ୟୁ ହେଲା ଧାମନଗର ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।

Tags: