ସମ୍ପତି ବିବାଦରୁ ବଡଭାଇକୁ ହାଣି ହତ୍ୟା କଲା ସାନ ଭାଇ
ପଟ୍ଟାମୁଣ୍ଡାଇ : ସମ୍ପତି ବିବାଦରୁ ବିଭତ୍ସ ହତ୍ୟା I ପହିଲି ରଜ ସକାଳୁ ସକାଳୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲ୍ଲୀ ଗାଁରେ ଘଟି ଯାଇଛି ଜଘନ୍ୟ ହତ୍ୟାକାଣ୍ଡ I ସାନଭାଇ କଟୁରିରେ ହାଣି ହତ୍ୟା କରିଛି ବଡ଼ ଭାଇକୁ I ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହା ଯାଉଛି I ଘଟନାନୁସାରେ,ଆଜି ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା […]
ପଟ୍ଟାମୁଣ୍ଡାଇ : ସମ୍ପତି ବିବାଦରୁ ବିଭତ୍ସ ହତ୍ୟା I ପହିଲି ରଜ ସକାଳୁ ସକାଳୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲ୍ଲୀ ଗାଁରେ ଘଟି ଯାଇଛି ଜଘନ୍ୟ ହତ୍ୟାକାଣ୍ଡ I ସାନଭାଇ କଟୁରିରେ ହାଣି ହତ୍ୟା କରିଛି ବଡ଼ ଭାଇକୁ I ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହା ଯାଉଛି I
ଘଟନାନୁସାରେ,ଆଜି ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ହଠାତ୍ ସାନଭାଇ ଏକ କଟୁରୀରେ ବଡ଼ଭାଇକୁ ଏକାଧିକ ଥର ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ିଥିଲା ବଡ଼ଭାଇ ଅନୁପମ। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅନୁପମକୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଅନୁପମକୁ ମୃତ ଘୋଷଣା କରିଥିଲେ।
ଏ ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବା ପରେ ପଟ୍ଟାମୁଣ୍ଡାଇ ଥାନା ପୁଲିସ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।




