ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ନୂଆପଡା : ଘଟିଲା ବଡ ଅଘଟଣ I ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି ଇହି ଦୁର୍ଘଟଣାରେ ସ୍ତ୍ରୀ ମୃତ ହୋଇଥିବା ବେଳେ ସ୍ୱାମୀ ଗୁରୁତର I ସୂଚନାନୁଯାୟୀ ,ଅନାକପୁର ଗାଁର ସ୍ୱାମୀ ଲାଲଚାନ୍ଦ ମାଲି ଓ ସ୍ତ୍ରୀ କୁମାରୀ ମାଲି ଏକ ବାଇକରେ ଯାଉଥିଲେ I ଏହି ସମୟରେ ଅନ୍ୟ ଏକ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା l ଏଥିରେ ଉଭୟେ ଗାଡିରୁ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ବୋଡେ଼ନ […]

Samaya Live Picture
Published On

ନୂଆପଡା : ଘଟିଲା ବଡ ଅଘଟଣ I ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି ଇହି ଦୁର୍ଘଟଣାରେ ସ୍ତ୍ରୀ ମୃତ ହୋଇଥିବା ବେଳେ ସ୍ୱାମୀ ଗୁରୁତର I
ସୂଚନାନୁଯାୟୀ ,ଅନାକପୁର ଗାଁର ସ୍ୱାମୀ ଲାଲଚାନ୍ଦ ମାଲି ଓ ସ୍ତ୍ରୀ କୁମାରୀ ମାଲି ଏକ ବାଇକରେ ଯାଉଥିଲେ I ଏହି ସମୟରେ ଅନ୍ୟ ଏକ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା l ଏଥିରେ ଉଭୟେ ଗାଡିରୁ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ବୋଡେ଼ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି I ତେବେ ବୋଡେ଼ନ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ କରି ତଦନ୍ତ ଚିଲିଥିବା ନେଇ ବୋଡେ଼ନ ଆଇଆଇସି ଗୋବିନ୍ଦ ମାଝି ସୂଚନା ଦେଇଛନ୍ତି I

Tags: