ନଦୀରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା,ସ୍ୱାମୀ ଗିରଫ
କେନ୍ଦୁଝର : ବୈତରଣୀ ନଦୀରୁ ମହିଳାଙ୍କ ଶବ ଉଦ୍ଧାର ଘଟଣାରେ ପର୍ଦାଫାଶ I ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ I ଉଦ୍ଧାର ହୋଇଥିବା ଶବଟି ଚିହ୍ନଟ ହୋଇଛି I ଏହା କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ପୋଡ଼ା ସିମଳା ଗ୍ରାମର ସୁରେଶ ପରିଡ଼ାଙ୍କ ପତ୍ନୀ ସୁନିତା ଘଣାଙ୍କ ମୃତଦେହ ଥିଲା I ତେବେ ନୟାକୋଟ ଥାନା ଅନ୍ତର୍ଗତ ବସନ୍ତପୁର ନିକଟସ୍ଥ ବୈତରଣୀ ନଦୀକୂଳରୁ ଉଦ୍ଧାର ହୋଇଥିଲା । ଘଟଣା ପ୍ରଚାରିତ […]
କେନ୍ଦୁଝର : ବୈତରଣୀ ନଦୀରୁ ମହିଳାଙ୍କ ଶବ ଉଦ୍ଧାର ଘଟଣାରେ ପର୍ଦାଫାଶ I ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ I ଉଦ୍ଧାର ହୋଇଥିବା ଶବଟି ଚିହ୍ନଟ ହୋଇଛି I ଏହା କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ପୋଡ଼ା ସିମଳା ଗ୍ରାମର ସୁରେଶ ପରିଡ଼ାଙ୍କ ପତ୍ନୀ ସୁନିତା ଘଣାଙ୍କ ମୃତଦେହ ଥିଲା I ତେବେ ନୟାକୋଟ ଥାନା ଅନ୍ତର୍ଗତ ବସନ୍ତପୁର ନିକଟସ୍ଥ ବୈତରଣୀ ନଦୀକୂଳରୁ ଉଦ୍ଧାର ହୋଇଥିଲା । ଘଟଣା ପ୍ରଚାରିତ ହେବାପରେ ପ୍ରଥମେ ସୁନିତାଙ୍କ ଭାଇ ଓ ମା’ ଶବକୁ ଚିହ୍ନଟ କରିଥିଲେ I ସେମାନେ ତାଙ୍କ ଜ୍ୱାଇଁ ସୁରେଶ ପରିଡ଼ାଙ୍କୁ ଏଥିପାଇଁ ଦାୟୀ କରିବାରୁ ପୋଲିସ ତଦନ୍ତ ଆଗେଇଥିଲା I
ଘଟନାନୁସାରେ,କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ପୋଡାସିମଳା ଗ୍ରାମର ସୁରେଶ ପରିଡା ସହିତ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ସାରକୁଣ୍ଡା ଗ୍ରାମର ସୁନିତା ଘଣାଙ୍କ ସହିତ ୫ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୁରେଶ ପୂର୍ବରୁ ବିବାହ କରି ପ୍ରଥମ ପତ୍ନୀ ଏବଂ ୨ ସନ୍ତାନକୁ କେନ୍ଦୁଝର ସହରରେ ଏକ ଭଡାଘରେ ରଖିଥିଲା । ସୁନିତାକୁ ବିବାହ କରିବା ପରେ କାଶୀପୁରରେ ଆଉ ଏକ ଘରଭଡ଼ା ନେଇ ରଖିଥିଲା । ବିବାହର ୬ ବର୍ଷ ପରେ ମଧ୍ୟ ସୁନିତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ I ତେବେ ଦୁହିଁଙ୍କ ସମୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା I ଏହା ସହ ସୁନିତା ଦିନେ ସୁରେଶଙ୍କ ପ୍ରଥମ ପତ୍ନୀଙ୍କ ଝିଅକୁ ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲା I ଏହାପର ଠାରୁ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ଆସି ଯାଯାଇଥିଲା I ଏହି ଘଟଣାପରଠାରୁ ସ୍ୱାମୀ ସୁରେଶ,ସୁନିତାଙ୍କୁ ସବୁଦିନେ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା I ଏଥିପାଇଁ ସେ ୨ ମାସ ତଳୁ ୩ଲକ୍ଷ ଟଙ୍କା ଦେଇ ୨ଜଣ ସୁପାରୀ କିଲରଙ୍କ ସହ ଡିଲ ଫାଇନାଲ କରିଥିଲା । ପୂର୍ବ ଯୋଜନା ମୁତାବକ ୩ ତାରିଖରେ ସୁନୀତାଙ୍କୁ ଖଣ୍ଡାଧାର ଜଳପ୍ରପାତକୁ ବୁଲାଇ ନେଇଥିବା ବେଳେ ମଳଦା ନାଳ ପାଖରେ ସୁପାରୀ କିଲର ସୁନୀତାଙ୍କ ବେକରେ ରସି ଲଗାଇ ହତ୍ୟା କରିଥିଲେ। ପରେ ନଦୀରେ ଫିଙ୍ଗି ଦେଇଥିଲେ ମୃତଦେହ । ସୁନିତା ହତ୍ୟା ପାଇଁ ୩ ଲକ୍ଷ ଟଙ୍କାର ଡ଼ିଲ୍ ହୋଇଥିବା ବେଳେ ଅଗ୍ରୀମ ୧ ଲକ୍ଷ ଟଙ୍କା ଓ ହତ୍ୟାକାଣ୍ଡ ପରେ ଅବଶିଷ୍ଟ ୨ ଲକ୍ଷ ଦେଇଥିବା ପୁଲିସ ନିକଟରେ ସୁରେଶ ସ୍ୱୀକାର କରିଛି । ସୁପାରି କିଲରଙ୍କ ନାମ ପ୍ରକାଶ କରିବା ପରେ ପୁଲିସ ଜଣଙ୍କୁ ଅଟକ ରଖି ଜେରା କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ନୟାକୋଟ ଥାନା ପୋଲିସ ।




