ଆସିଲା ଭିସୁଟ ଛାତ୍ରୀଙ୍କ ଭିସେରା ରିପୋର୍ଟ ,ମୃତ୍ୟୁ ପୂର୍ବରୁ କରିଥିଲେ ନିଶା ସେବନ
ବୁର୍ଲା : ମୃତ୍ୟୁ ର ୨ ମାସ ପରେ ଆସିଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ୍ I ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ ପି ବି. ଗଙ୍ଗାଧର। ଚିନ୍ମୟୀଙ୍କ ସହିତ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ନିଶା ସେବନ କରିଥିବା ଜଣା ପଡିଛି I ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୮ ତାରିଖ ଦିନ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସମାବର୍ତ୍ତନ ଉତ୍ସବରେ […]
ବୁର୍ଲା : ମୃତ୍ୟୁ ର ୨ ମାସ ପରେ ଆସିଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ୍ I ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ ପି ବି. ଗଙ୍ଗାଧର। ଚିନ୍ମୟୀଙ୍କ ସହିତ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ନିଶା ସେବନ କରିଥିବା ଜଣା ପଡିଛି I
ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୮ ତାରିଖ ଦିନ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ। ସେହିଦିନ ସନ୍ଧ୍ୟାରେ ସେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ନିକଟସ୍ଥ ଏକ ଢାବାକୁ ଖାଇବାକୁ ଯାଇଥିଲେ। ରାତିରେ ସେ ଭୁବନେଶ୍ୱର ଯିବାପାଇଁ ଏକ ଟିକେଟ୍ ମଧ୍ୟ ନେଇଥିବା କଥା ତାଙ୍କ ମାଆଙ୍କୁ କହିଥିଲେ। ଏହାପରେ ତାଙ୍କର ଫୋନ ସୁଇଚ ଅଫ ହୋଇଯାଇଥିଲା I ସେହିଦିନ ରାତିରେ ରହସ୍ୟମୟ ଢଙ୍ଗରେ ପାୱାର ଚାନେଲରେ ପଡି ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ I
ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଇତିମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଡାଏଟମ୍ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। କିନ୍ତୁ, ଉଭୟ ରିପୋର୍ଟରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଥିବାବେଳେ ସେ ନିଜେ ପାଣିରେ ବୁଡ଼ିଯାଇଥିଲେ ନା ତାଙ୍କୁ କିଏ ବଳ ପ୍ରୟୋଗ କରି ପାଣିକୁ ଠେଲି ଦେଇଥିଲା ତାହା ଆଜି ବି ରହସ୍ୟ ଘେରରେ ରହିଛି। ଚିନ୍ମୟୀଙ୍କ ଭିସେରା ରିପୋର୍ଟ ମୃତ୍ୟୁର ପ୍ରକୃତ ରହସ୍ୟ ଖୋଲିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ଇତିମଧ୍ୟରେ ମୃତ ଚିନ୍ମୟୀଙ୍କ ଭିସେରା ରିପୋର୍ଟ୍ ପୁଲିସର ହସ୍ତଗତ ହୋଇଛି ବୋଲି ବୁର୍ଲା ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଥିଲେ।




