ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଦୁର୍ବୁତ୍ତ,ବିପୁଳ ପରିମାଣରେ ଗହଣା ଟଙ୍କା ଲୁଟ

ଭୁବନେଶ୍ୱର : ପାର୍ବଣ ଋତୁରେ ଅସୁରକ୍ଷିତ ରାଜଧାନୀ I ବଢିଚାଲିଛି ଦୁର୍ବୁତ୍ତଙ୍କ ଆତଙ୍କରାଜ I ପାର୍ବଣ ପାଇଁ କମିଶନରେଟ ପୋଲିସ ର ସେଫ ସିଟି ଡ୍ରାଇଭକୁ ଭୃକ୍ଷେପ କରୁ ନାହାନ୍ତି ଲୁଟେରା I ବାରମ୍ବାର ନାଇଟ ପାଟ୍ରୋଲିଂ ସତ୍ତ୍ୱେ ବଢି ଚାଲିଛି ଲୁଟପାଟ I ଗତ ରାତିରେ ଚନ୍ଦ୍ରଶେଖରପୁର ନିକଟ ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଆପାର୍ଟମେଣ୍ଟରୁ ବଡ଼ ଧରଣର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏହି ଆପାର୍ଟମେଣ୍ଟରୁ ୨ ଜଣଙ୍କ ଘରୁ ସିନ୍ଧିଚୋରମାନେ […]

Samaya Live Picture
Published On

ଭୁବନେଶ୍ୱର : ପାର୍ବଣ ଋତୁରେ ଅସୁରକ୍ଷିତ ରାଜଧାନୀ I ବଢିଚାଲିଛି ଦୁର୍ବୁତ୍ତଙ୍କ ଆତଙ୍କରାଜ I ପାର୍ବଣ ପାଇଁ କମିଶନରେଟ ପୋଲିସ ର ସେଫ ସିଟି ଡ୍ରାଇଭକୁ ଭୃକ୍ଷେପ କରୁ ନାହାନ୍ତି ଲୁଟେରା I ବାରମ୍ବାର ନାଇଟ ପାଟ୍ରୋଲିଂ ସତ୍ତ୍ୱେ ବଢି ଚାଲିଛି ଲୁଟପାଟ I ଗତ ରାତିରେ ଚନ୍ଦ୍ରଶେଖରପୁର ନିକଟ ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଆପାର୍ଟମେଣ୍ଟରୁ ବଡ଼ ଧରଣର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏହି ଆପାର୍ଟମେଣ୍ଟରୁ ୨ ଜଣଙ୍କ ଘରୁ ସିନ୍ଧିଚୋରମାନେ କୋଟିଏରୁ ଊର୍ଧ୍ବ ଟଙ୍କାର ଗହଣା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇ ଛୁ’ ମାରିଛନ୍ତି। ସିକ୍ୟୁରିଟି ଗାର୍ଡ ଆପାର୍ଟମେଣ୍ଟର ସାମନା ପଟେ ଜଗିଥିବା ବେଳେ ପଛ ପଟୁ ଆସି କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଚୋରି କରିବାର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି I

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ସହରାଞ୍ଚଳ ଜିଲ୍ଲା ପୋଲିସ (ୟୁପିଡ଼ି)ର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ରାଜାବIଟିକା ଆପାର୍ଟମେଣ୍ଟରୁ ବଡ଼ ଧରଣର ଚୋରି ହୋଇଛି I ୪ ଜଣ ମୁଖାପିନ୍ଧା ଚୋର ଆପାର୍ଟମେଣ୍ଟ ପଛପଟ ପାଚେରୀ ଡେଇଁ ଭିତରକୁ ପଶିଛନ୍ତି I ତେବେ ଗେଟ ସାମ୍ନାରେ ସିକ୍ୟୁରିଟି ଗାର୍ଡ ଜଗିଥିଲେ ମଧ୍ୟ ଚୋର ମାନେ ଆପାର୍ଟମେଣ୍ଟ ଭିତରକୁ ପଶି ପ୍ରଥମେ ୪ ଥର ଚକ୍କର ମାରିଛନ୍ତି I ଏହାପରେ ୨ୟ ମହଲାରେ ରହୁଥିବା ସୁବାସିନୀ ମହାନ୍ତି ଏବଂ ୪ର୍ଥ ମହଲାରେ ରହୁଥିବା ରବୀନ୍ଦ୍ର ନାୟକଙ୍କ ଘରେ ତାଲା ଭାଙ୍ଗି ପଶି ଚୋରି କରିଛନ୍ତି I ଏହି ଦୁଇ ଜଣ ଘର ମାଲିକଙ୍କ ଅନୁପସ୍ଥିତିରେ ଉଭୟଙ୍କ ଘରୁ ପ୍ରାୟ ଏକ କୋଟି ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ସହିତ ୨ ଲକ୍ଷ ଟଙ୍କା ନଗଦ ଚୋରି କରିବାରେ ସଫଳ ହୋଇ ପାରିଛନ୍ତି I ଯାହା ଜଣା ପଡିଛି ଶ୍ରୀମତୀ ସୁବାସିନୀ ମହାନ୍ତି ନିଜ ଝିଅ ବାହାଘର ପାଇଁ ସୁନା ଗହଣା ତିଆରି କରି ରଖିଥିଲେ I

ତେବେ ପ୍ରଥମେ ଚୋରମାନେ ଏହି ଆପାର୍ଟମେଣ୍ଟରେ ଘର ମାଲିକ ନଥିବା ୪ଟି ଫ୍ଲାଟ୍‌କୁ ଟାର୍ଗେଟ କରିଥିଲେ I ତେବେ ଦୁଇଟି ଫ୍ଲାଟ୍‌ରେ କେହି ନଥିବାବେଳେ କିଛି ଜିନିଷପତ୍ର ନଥିଲା। ତେଣୁ ଦୁର୍ବୃତ୍ତମାନେ ଘର ଭିତରେ ସବୁ ଫୋପଡ଼ା ଫିଙ୍ଗା କରି ବାହାରିଯାଇଥିଲେ। କିନ୍ତୁ ଜି-୪ ଫ୍ଲାଟ୍‌ରେ ରହୁଥିବା ଶୁଭାସିନୀ ମହାନ୍ତିଙ୍କ ଆଲ୍‌ମିରା, ଲକର୍ ଭଙ୍ଗା ହୋଇଥିଲା। ଶୁଭାସିନୀଙ୍କ କହିବା କଥା ଝିଅ ବାହାଘର ପାଇଁ ସେ ୫୦ ଲକ୍ଷରୁ ଊର୍ଧ୍ବ ଟଙ୍କାର ଗହଣା କିଣି ଲକର୍‌ରେ ରଖିଥିବା ବେଳେ ଆଲ୍‌ମିରାରେ ନଗଦ ୨ ଲକ୍ଷ ଟଙ୍କା ଥିଲା। ସେ ଗତ ଦୁଇ ଦିନ ତଳେ ସପରିବାର ବାପାଘରକୁ ଯାଇଥିଲେ। ସେହିପରି ରବୀନ୍ଦ୍ର ନାୟକ ଜରୁରୀ କାମରେ ବାହାରକୁ ଯାଇଥିବାବେଳେ ତାଙ୍କ ଘରୁ ମଧ୍ୟ ୪୦ ଲକ୍ଷରୁ ଊର୍ଧ୍ବ ଟଙ୍କାର ଗହଣା ଚୋରି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସିସିଟିଭିରେ ଏହି ଚୋରିର ଭିଜୁଆଲ୍ ରେକର୍ଡ ହୋଇଛି । ଅଭିଯୋଗ ପାଇବା ପରେ ଇନ୍‌ଫୋସିଟି ଥାନା ଡଗ୍‌ ସ୍କ୍ବାଡ୍‌ ନେଇ ରାଜବାଟିକାରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛି I

Tags: