ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କର୍ତ୍ତୃପକ୍ଷଙ୍କ ବଡ଼ ପଦକ୍ଷେପ Iଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଜନ୍ମ ହେବା ମାତ୍ରେ ରଖାଯିବ ଫୁଟ ପ୍ରିଣ୍ଟ । ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ ଆଟେଣ୍ଡାଣ୍ଟ । ଫଳରେ ଆଉ ଭୁଲ ମେସେଜ ଯିବ ନାହିଁ । କେବଳ ସେତିକି ନୁହେଁ ଲେବର ରୁମରେ ଛୁଆ ଜନ୍ମ ପରେ ପ୍ରଥମେ ମାଆକୁ […]
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କର୍ତ୍ତୃପକ୍ଷଙ୍କ ବଡ଼ ପଦକ୍ଷେପ Iଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଜନ୍ମ ହେବା ମାତ୍ରେ ରଖାଯିବ ଫୁଟ ପ୍ରିଣ୍ଟ । ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ ଆଟେଣ୍ଡାଣ୍ଟ । ଫଳରେ ଆଉ ଭୁଲ ମେସେଜ ଯିବ ନାହିଁ । କେବଳ ସେତିକି ନୁହେଁ ଲେବର ରୁମରେ ଛୁଆ ଜନ୍ମ ପରେ ପ୍ରଥମେ ମାଆକୁ କୁହାଯାଏ, ଏହାପରେ ଖାତାରେ ମଧ୍ୟ ଉଲ୍ଲେଖ କରାଯାଏ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏହାସହ ସେ କହିଛନ୍ତି ଯେ ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ ।
ସୂଚନାନୁସାରେ,ଗତ ସେପ୍ଟେମ୍ବର ୨୬ ଦିନ କ୍ୟାପିଟାଲ ହସ୍ପିଟାଲରେ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପତ୍ନୀ ଏକ ପୁଅ ଜନ୍ମ ଦେଇଛନ୍ତି ବୋଲି ମହିଳା ଆଣ୍ଟେଣ୍ଡାଣ୍ଟ କହି ଦେଇଥିଲେ। ହେଲେ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଥିଲା। ଠିକ୍ ସେହି ସମୟରେ ଅନ୍ୟ ଜଣେ ମହିଳା ପୁଅ ଜନ୍ମ ଦେଇଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ମହିଳା ଆଣ୍ଟେଣ୍ଡାଣ୍ଟଙ୍କ କଥାକୁ ଧରି ଅଡି ବସିଥିଲେ ପ୍ରାଣକୃଷ୍ଣ । ଏହାପରେ ହସ୍ପିଟାଲରେ ଶିଶୁ ବଦଳ ନେଇ ଅଭିଯୋଗ ଆସିଥିଲା । ଏନେଇ ସେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପୁଲିସ ତଦନ୍ତ। କିନ୍ତୁ DNA ଟେଷ୍ଟ କରାଯିବା ପରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା । ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତେବେ ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ ଥିଲେ ।




