ଛାତ୍ରଙ୍କୁ ଛୁରୀ ଭୁସିଲା ଛାତ୍ର,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ରଘୁନାଥ ହାଇସ୍କୁଲରେ ଅଘଟଣ I ନବମ ଶ୍ରେଣୀର ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ଘଟଣାରୁ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଦେଇଥିବା ସୂଚନା ମିଳିଛି I ଗୁରୁତର ଅବସ୍ଥାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ସୂଚନାନୁସାରେ,ଆଜି ସକାଳେ ୨ ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ […]

Samaya Live Picture
Published On

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ରଘୁନାଥ ହାଇସ୍କୁଲରେ ଅଘଟଣ I ନବମ ଶ୍ରେଣୀର ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ଘଟଣାରୁ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଦେଇଥିବା ସୂଚନା ମିଳିଛି I ଗୁରୁତର ଅବସ୍ଥାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I

ସୂଚନାନୁସାରେ,ଆଜି ସକାଳେ ୨ ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା I ତେବେ ଝଗଡା ଉଗ୍ର ରୂପ ନେବାରୁ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ର ପେଟକୁ ଛୁରୀ ଭୁସି ଦେଇଥିଲା I ଛାତ୍ରଙ୍କ ଛାତିରେ ଆଘାତ ଲାଗିଛି। ପୁଲିସ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉରା କରୁଛି। ପୂର୍ବରୁ ମଧ୍ୟ ଟ୍ୟୁସନରେ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିବା ଜଣାଯାଇଛି।

Tags: