ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଅପହରଣ ଘଟଣା ,ନିଜେ ହିଁ ରଚିଥିଲେ ନାଟକ
ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ରାସ୍ତାରୁ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଥିବା ଘଟଣା । ନିଜେହିଁ ରଚିଥିଲେ ଅପହରଣ ନାଟକ I ସନ୍ଧ୍ୟାରେ ଋଣ କଲେକ୍ସନ୍ ସାରି ସମୟରେ ଅପହରଣ ହୋଇଥିଲେ ମହାକାଳପଡା ଫାଇନାନ୍ସ କମ୍ପାନୀ ଏଜେଣ୍ଟ ସ୍ୱାଗତ ସାମଲ I ବହୁ ଖୋଜାଖୋଜି ପରେ ବି କିଛି ସନ୍ଧାନ ପାଇ ନଥିଲେ ପରିବାର କି କମ୍ପାନୀ କର୍ତ୍ତୃପକ୍ଷ । ଆଜି ଏହି ଘଟଣାର ପର୍ଦାଫାଶ କରିଛି ପୋଲିସ […]
ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ରାସ୍ତାରୁ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଥିବା ଘଟଣା । ନିଜେହିଁ ରଚିଥିଲେ ଅପହରଣ ନାଟକ I ସନ୍ଧ୍ୟାରେ ଋଣ କଲେକ୍ସନ୍ ସାରି ସମୟରେ ଅପହରଣ ହୋଇଥିଲେ ମହାକାଳପଡା ଫାଇନାନ୍ସ କମ୍ପାନୀ ଏଜେଣ୍ଟ ସ୍ୱାଗତ ସାମଲ I ବହୁ ଖୋଜାଖୋଜି ପରେ ବି କିଛି ସନ୍ଧାନ ପାଇ ନଥିଲେ ପରିବାର କି କମ୍ପାନୀ କର୍ତ୍ତୃପକ୍ଷ । ଆଜି ଏହି ଘଟଣାର ପର୍ଦାଫାଶ କରିଛି ପୋଲିସ I
ସୂଚନାନୁସାରେ, ମହାକାଳପଡା ଥାନା ରାଜଗଡ ଗାଁର ଏକ ଘରୋଇ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ସ୍ଵାଗତ ସାମଲଙ୍କ ଘର । ସେ ଗତ ବୁଧବାର କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର – ବିଡିହି ମୁଖ୍ୟ ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ନିଖୋଜ ହୋଇଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।
କଲେକ୍ସନ୍ ସାରି ସନ୍ଧ୍ୟା ବେଳେ ଫେରୁଥିବା ସମୟରେ ଡାକବଙ୍ଗଳା ନିକଟରେ ନିଖୋଜ ସ୍ଵାଗତଙ୍କ ବାଇକ୍ ଥୁଆ ହୋଇଥିବା ସହ ବ୍ୟାଗ୍ ଓ ଚପଲ ଘଟଣା ସ୍ଥଳରେ ପଡିରହିଥିଲା। ପୋଲିସ ସାଇଁଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲା । ଶେଷରେ ଅପହରଣର ସତ ସାମ୍ନାକୁ ଆସିଥିଲା । ଏବେ ଅଭିଯୁକ୍ତ ସ୍ଵାଗତକୁ ନିଜ ଗାଁ ନିକଟରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ପୋଲିସ୍। ତାଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଉଦ୍ଧାର କରିଛି । ବାକି ୫୫ ହଜାର ଟଙ୍କା ସମ୍ପର୍କୀୟଙ୍କ ଆକାଉଁଟରେ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏ ନେଇ ଥାନାରେ ମାମଲା ରୁଜୁ ରଖି ଅଧିକ ତଦନ୍ତ ଜାରି ରହିଛି ।




