ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା, ଅବସ୍ଥା ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝର : କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଏକ ଅଭାବନୀୟ ଘଟଣା । ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । ସୂଚନାନୁଯାୟୀ,କଇନିପୁରା ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି ଦିନ ହେବ ବାପା ଓ ସାବତ ମାଆ ଜଞ୍ଜାଳିଂକୁ ମାରଧର କରୁଥିଲେ । ଆଜି ଝଗଡା କରି ମାରଧର କରିବା ସମୟରେ ଅତିଷ୍ଠ ହୋଇ ଜଞ୍ଜାଳି ଗରମ ଡାଲିପାଣି ଦିପୁନ […]

Samaya Live Picture
Published On

କେନ୍ଦୁଝର : କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଏକ ଅଭାବନୀୟ ଘଟଣା । ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର ।
ସୂଚନାନୁଯାୟୀ,କଇନିପୁରା ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି ଦିନ ହେବ ବାପା ଓ ସାବତ ମାଆ ଜଞ୍ଜାଳିଂକୁ ମାରଧର କରୁଥିଲେ । ଆଜି ଝଗଡା କରି ମାରଧର କରିବା ସମୟରେ ଅତିଷ୍ଠ ହୋଇ ଜଞ୍ଜାଳି ଗରମ ଡାଲିପାଣି ଦିପୁନ ଉପରକୁ ଫିଙ୍ଗି ଦେଇଥିଲେ । ପ୍ରଥମେ ଦିପୁନକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ ଉଭୟ ମା ଓ ବାପାଙ୍କୁ ଥାନାକୁ ଡକାଇ ପୋଲିସ୍ ପଚାରା ଉଚାରା କରୁଛି ।

Tags: