ସମ୍ପତ୍ତି ଲୋଭରେ ଜୀବିତ ମା’ର ଡେଥ ସାର୍ଟିଫିକେଟ ବାହାର କଲା ପୁଅ

ଭୁବନେଶ୍ୱର : ସମ୍ପତ୍ତି ଲୋଭରେ ଅନ୍ଧ ହୋଇଗଲା ପୁଅ I ବଞ୍ଚି ଥାଉ ଥାଉ ନିଜ ଜନ୍ମ କଲା ମା’କୁ ମୃତ ଦର୍ଶାଇ ଡେଥ ସାର୍ଟିଫିକେଟ ବାହାର କରିଛି କୁଳାଙ୍ଗାର ପୁଅ I ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ରାଜଧାନୀ ଖଣ୍ଡଗିରି ନିକଟସ୍ଥ ବରଗଡ଼ ଗାଁରେ I ଜନ୍ମବେଳେ ମା’ବାପା ପୁଅର ନାଁ ଦେଇଥିଲେ କୃଷ୍ଣ I କିନ୍ତୁ ଏହି ପୁଅ ଦିନେ ବଡ଼ ହୋଇ କଂସ ଭଳି ଆଚରଣ କରି ଦେଖାଇଛି I କେବଳ […]

Samaya Live Picture
Published On

ଭୁବନେଶ୍ୱର : ସମ୍ପତ୍ତି ଲୋଭରେ ଅନ୍ଧ ହୋଇଗଲା ପୁଅ I ବଞ୍ଚି ଥାଉ ଥାଉ ନିଜ ଜନ୍ମ କଲା ମା’କୁ ମୃତ ଦର୍ଶାଇ ଡେଥ ସାର୍ଟିଫିକେଟ ବାହାର କରିଛି କୁଳାଙ୍ଗାର ପୁଅ I ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ରାଜଧାନୀ ଖଣ୍ଡଗିରି ନିକଟସ୍ଥ ବରଗଡ଼ ଗାଁରେ I

ଜନ୍ମବେଳେ ମା’ବାପା ପୁଅର ନାଁ ଦେଇଥିଲେ କୃଷ୍ଣ I କିନ୍ତୁ ଏହି ପୁଅ ଦିନେ ବଡ଼ ହୋଇ କଂସ ଭଳି ଆଚରଣ କରି ଦେଖାଇଛି I କେବଳ ମା’କୁ ନୁହେଁ ସମ୍ପତ୍ତି ପାଇବା ଲୋଭ ରେ ନିଜ ଭାଇକୁ ବି କାଗଜପତ୍ରରେ ମାରିଦେବାକୁ ପଛାଇ ନାହିଁ I ବରଗଡ଼ ଗାଁରେ ସଖି ମହାରଣାଙ୍କ ବଡ଼ ପୁଅ କୃଷ୍ଣଚନ୍ଦ୍ର ମହାରଣା ବଞ୍ଚିଥିବା ମାକୁ ଅନେକ ସମୟରେ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲI

ଏହାପରେ ସମସ୍ତ ସମ୍ପତ୍ତି ନିଜେ ହଡପ କରିବା ପାଇଁ ମା ବଞ୍ଚିଥିବା ଅବସ୍ଥାରେ ମାଙ୍କ ମୃତ ସାର୍ଟିଫିକେଟ, ଆଫିଡେଫିଟ, ଲିଗାଲ ହେୟାର ଆଦି ସାର୍ଟିଫିକେଟ ବାହାର୍ କରି ଗୋଟାଏ ପରେ ଗୋଟାଏ ଜମି ହଡ଼ପ ନେଇଛି । ଏପରିକି ସାନ ଭାଇ ଋଷିକେଶ ମହାରଣାଙ୍କୁ ମଧ୍ୟ କଲିକତାରେ ଏକ ଦୁର୍ଘଟଣାରେ ମୃତ ବୋଲି ଦର୍ଶାଇ ତାଙ୍କ ନାରେ ଥିବା ଜମିକୁ ଚଞ୍ଚକତାର ସହିତ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏପରିକି ସାନ ଭାଇ ବାହାରେ ଚାକିରୀ କରୁଥିବାରୁ ତାଙ୍କ ଘର ଭାଙ୍ଗିଦେଇ ସମସ୍ତ ଆସବାବ ପତ୍ର ନେଇ ଯାଇଥିବା ଅଭିଯୋଗ ମଧ୍ୟ ହୋଇଛି I
ଏହି ଘଟଣା ଜଣା ପଡିବା ପରେ ସାନ ଭାଇ ଓ ମା’ଙ୍କୁ ଘରେ ପୁରାଇ ଦେଇନଥିଲା କୃଷ୍ଣ I ଏସଂକ୍ରାନ୍ତରେ ମା’ପୁଅ ନ୍ୟାୟ ପାଇବା ଆଶାରେ ବରଗଡ଼ ଥାନାରେ ଏତଲା ଦେଇଛନ୍ତି I

Tags: