ବିବାହ ପାଇଁ କନ୍ୟା ଯୋଗାଡ଼ କରି ନପାରିବାରୁ ମା’କୁ ହତ୍ୟା କଲା ପୁଅ
ହାଇଦ୍ରାବାଦ : ପୁଅକୁ ବିବାହ କରିବାକୁ ମା ମନରେ ଥିଲା ବହୁତ ଆଶା I ବହୂ ଖୋଜିବାରେ ମାଟ୍ରିମନିର ସହାୟତା ନେଇଥିଲେ ମା’ । ହେଲେ ପୁଅପାଇଁ ଏକ ଉପଯୁକ୍ତ ପାତ୍ରୀ ଖୋଜି ପାରିନଥିଲେ । ଏଥିରେ ଉତ୍ତେଜିତ ହୋଇ ମା’ କୁ ହତ୍ୟI କରିବାକୁ ପଛାଇନଥିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦରେ ଘଟିଛି । ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖିଛି । ଦାଇଦ୍ରାବାଦ ସିଡିପଟ ଜିଲ୍ଲାର ମାଇଆଲରମ୍ ଗାଁରେ ଗତ […]
ହାଇଦ୍ରାବାଦ : ପୁଅକୁ ବିବାହ କରିବାକୁ ମା ମନରେ ଥିଲା ବହୁତ ଆଶା I ବହୂ ଖୋଜିବାରେ ମାଟ୍ରିମନିର ସହାୟତା ନେଇଥିଲେ ମା’ । ହେଲେ ପୁଅପାଇଁ ଏକ ଉପଯୁକ୍ତ ପାତ୍ରୀ ଖୋଜି ପାରିନଥିଲେ । ଏଥିରେ ଉତ୍ତେଜିତ ହୋଇ ମା’ କୁ ହତ୍ୟI କରିବାକୁ ପଛାଇନଥିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦରେ ଘଟିଛି । ଅଭିଯୁକ୍ତ ପୁଅକୁ ପୋଲିସ ଅଟକ ରଖିଛି ।
ଦାଇଦ୍ରାବାଦ ସିଡିପଟ ଜିଲ୍ଲାର ମାଇଆଲରମ୍ ଗାଁରେ ଗତ ବୁଧବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ଏନେଇ ମୃତ ମହିଳାଙ୍କ ଝିଅକୁ ପଚରାୁଚରା ବେଳେ ସେ ପୋଲିସ ନିକଟରେ ସବୁ ସତ କହିଥିବା ଜଣା ପଡିଛି । ଝିଅର ବୟାନ ଆଧାରରେ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ପରେ ପୋଲିସ ତାଙ୍କୁ ଗିରଫକରିଛି । ଅଭିଯୁକ୍ତ ପୁଅ ତୁରନ୍ତ ବିବାହ ପାଇଁ ଇଛା କରିଥିଲେ । ଏଥିନିମନ୍ତେ ସେ ତାଙ୍କ ମା’କୁ ତୁରନ୍ତ କନିଆ ଖୋଜିବାକୁ କହିଥିଲେ । ପୁଅର ମନକଥା ଜାଣି ମା’ ମାଟ୍ରିମନି ସାଇଟ ରେ ଝିଅ ଖୋଜିବାରେ ଲାଗିପଡିଥିଲେ ମଧ୍ୟ ସେ ମନ ଲାଖି କନିଆ ପାଇପାରି ନଥିଲେ । ଦିର୍ଘଦିନ ଧରି ଝିଅ ନଖୋଜି ନପାଇବାରୁ ଅଭିଯୁକ୍ତ ପୁଅ ମା ସହ ପାଟିତୁଣ୍ଡ କରିଥିଲା । କିନ୍ତୁ ବୁଧବାରେ ଏହି ଘଟଣା ଉଗ୍ରରୂପ ଧାରଣକରିଥିଲା । ଏହାପରେ ମା’ ପୁଅଙ୍କ ଭିତରେ ବଚସା ହୋଇଥିଲା । ଏଥିରେ ଅଭିଯୁକ୍ତ ପୁଅ ତା ସାଙ୍ଗଙ୍କ ସହ ମିଶି ନିଜ ମା’କୁ ଇଟାରେ ଛେଚି ଛେଚି ହତ୍ୟା କରିଥିଲେ । ମାତ୍ର ଏହାକୁ ଅନ୍ୟରୁପଦେବାକୁ ମୃତ ମହିଳାଙ୍କ ବେକ ସହ ଗୋଡକୁ ଧାରୁଅତ୍ରରେ କାଟିବାକୁ ମଧ୍ୟ ପଛାଇ ନଥିଲା । ଅହା ପରେ ପୋଲିସକୁ ଖବର ଦେଇଥିଲା ପୁଅ । କି କେହି ଜଣେ ମୋ ମା’କୁ ହତ୍ୟା କରିଛି I ପରେ ସେଠାରେ ପୋଲିସ ପହଁଚି ମହିଳାଙ୍କ ଝିଅକୁ ପଚାରାଉଚରା କରିବା ରପରେ ଝିଅ ସବୁ ସତ କଥା କହିଥିଲା । ଏହା ପରେ ପୋଲିସ ଅଭିଯୁକ୍ତ ପୁଅ ସହ ତାଙ୍କର ଜଣେ ସାଙ୍ଗକୁ ଗିରଫକରି ଘଟଣାର ଛାନଭିନ୍ କରିଛି ।




