ଶ୍ଵଶୁରକୁ ଛୁରି ଭୁସି ହତ୍ୟା କଲା ଜ୍ଵାଇଁ
ନାରାୟଣପାଟଣା : ଶ୍ବଶୂରକୁ ଛୁରୀଭୁସି ହତ୍ୟା କଲା ଜ୍ୱାଇଁ I ଗର୍ଭବତୀ ଝିଅକୁ ଶ୍ୱଶୁର ହସ୍ପିଟାଲରେ ଭର୍ତି କରିବାରୁ ଉତ୍ୟକ୍ତ ହୋଇ ଜ୍ୱାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି I ଗତକାଲି ବିଳମ୍ବିତ ରାତିରେ ନାରାୟଣପାଟଣା ଥାନା ବାସନପୁଟ ଗାଁ ରେ ଏହି ଘଟଣା ଘଟିଛି I ମୃତ ଶ୍ୱଶୁର ହେଲେ ରାମଚନ୍ଦ୍ର ଉଲାକା I ଏବଂ ହତ୍ୟାକାରୀ ଜ୍ୱାଇଁ ଶାତୁ ପ୍ରାସ୍କା I ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି I ସୂଚନାନୁସାରେ,ଶାତୁ […]
ନାରାୟଣପାଟଣା : ଶ୍ବଶୂରକୁ ଛୁରୀଭୁସି ହତ୍ୟା କଲା ଜ୍ୱାଇଁ I ଗର୍ଭବତୀ ଝିଅକୁ ଶ୍ୱଶୁର ହସ୍ପିଟାଲରେ ଭର୍ତି କରିବାରୁ ଉତ୍ୟକ୍ତ ହୋଇ ଜ୍ୱାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି I ଗତକାଲି ବିଳମ୍ବିତ ରାତିରେ ନାରାୟଣପାଟଣା ଥାନା ବାସନପୁଟ ଗାଁ ରେ ଏହି ଘଟଣା ଘଟିଛି I ମୃତ ଶ୍ୱଶୁର ହେଲେ ରାମଚନ୍ଦ୍ର ଉଲାକା I ଏବଂ ହତ୍ୟାକାରୀ ଜ୍ୱାଇଁ ଶାତୁ ପ୍ରାସ୍କା I ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି I
ସୂଚନାନୁସାରେ,ଶାତୁ ପ୍ରାସ୍କାଙ୍କ ସ୍ତ୍ରୀ ଆଠ ମାସର ଗର୍ଭବତୀ ଥାଇ ପ୍ରସବ ପାଇଁ ଆସି ବାପ ଘରେ ରହୁଥିଲେ I ଗତକାଲି ସନ୍ଧ୍ୟାରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ରାମଚନ୍ଦ୍ର ଝିଅକୁ ନାରାୟଣପାଟଣା ମେଡିକାଲରେ ଭର୍ତି କରିଥିଲେ I ତେବେ ଏଥିରେ ଶାତୁ ଉତ୍ୟକ୍ତ ହୋଇ ତାଙ୍କ ବିନା ଅନୁମତିରେ କାହିଁକି ଝିଅକୁ ମେଡିକାଲକୁ ଆଣିଲେ କହି ସେଠାରେ ଶ୍ୱଶୁରଙ୍କୁ ଗାଳିଗୁଲଜ କରିଥିଲେ I ଏହାପରେ ଉତ୍ୟକ୍ତ ହୋଇ ସେଠାରୁ ବାହାରି ଯାଇ ପୁଣି ଏକ ଛୁରୀ ଆଣି ଭୁସି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଶ୍ଵଶୁରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି I ଘଟଣାସ୍ଥଳରେ ନାରାୟଣପାଟଣା ପୋଲିସ ପହଁଚି ତଦନ୍ତ ଜାରି ରଖିଛି I




