ମା’କୁ ହାଣି ବିଭତ୍ସ ଭାବରେ ହତ୍ୟା କଲା ପୁଅ

ପାରାଦୀପ : ପୁଅ ଭୁଲିଗଲା ମା’ର ମମତା I ଯେଉଁ ମା’ ଦିନେ କୋଳେଇ କାଖେଇ ପୁଅକୁ ବଡ଼ କରିଥିଲା,ମା’କୁ କଟୁରିରେ ହାଣୀ ଅତି ନୃଶଂସ ଭାବରେ ହତ୍ୟା କରିଛି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦ୍ଵୀପର ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ । ମୃତ ମହିଳା ଜଣଙ୍କ ହେଲେ ସୁଲୋଚନା ଦେବୀ। ସେ ପାରାଦୀପଗଡ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା […]

Samaya Live Picture
Published On

ପାରାଦୀପ : ପୁଅ ଭୁଲିଗଲା ମା’ର ମମତା I ଯେଉଁ ମା’ ଦିନେ କୋଳେଇ କାଖେଇ ପୁଅକୁ ବଡ଼ କରିଥିଲା,ମା’କୁ କଟୁରିରେ ହାଣୀ ଅତି ନୃଶଂସ ଭାବରେ ହତ୍ୟା କରିଛି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦ୍ଵୀପର ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ । ମୃତ ମହିଳା ଜଣଙ୍କ ହେଲେ ସୁଲୋଚନା ଦେବୀ। ସେ ପାରାଦୀପଗଡ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ,ଗତକାଲି ଅଂଶୁମାନଙ୍କର ଜେଜେମା’ଙ୍କ ଶ୍ରାଦ୍ଧ ଥିଲା I ରାତିରେ ସବୁ ବନ୍ଧୁ ବାନ୍ଧବ ଯାଇ ସାରିବା ପରେ,ଆଜି ମା’ପୂଜା ସାରି ପୁଅ ଉପରେ କିଛି ପୂଜା ପାଣି ଛିଂଚିଥିଲେ I ଏଥିରେ ପୁଅ ଉତକ୍ଷିପ୍ତ ହୋଇଥିଲା I ଏହାପରେ ମା’ ସକାଳେ ଦାଣ୍ଡ ପିଣ୍ଡାରେ ବସି ଶାଗ ବାଛୁ ଥିବା ବେଳେ ,ପୁଅ ଅଂଶୁମାନ ଏକ କଟୁରୀ ଆଣି ମା’ବେକରେ ଚୋଟ ପକାଇଥିଲା I ଫଳରେ ଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି । ଅଂଶୁମାନ ସୁଲୋଚନାଙ୍କ ସାନ ପୁଅ ବୋଲି ଜଣାପଡ଼ିଛି। ତେବେ ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ପୁଅ ଅଂଶୁମାନର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି I ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି କରୁଛନ୍ତି ତଦନ୍ତ।

Tags: