ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣୀ

ସୋନପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସୋନପୁର ତରଭା ସବରେଜିଷ୍ଟ୍ରାର ଅଫିସ ର ମୁଖ୍ୟ କିରାଣୀ I ୨୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଏବଂ ମଧ୍ୟସ୍ଥି ହେମକାନ୍ତ ବିଶି I ଜମି ରେଜିଷ୍ଟ୍ରେସନ କାଗଜ ପତ୍ର କରାଇଦେବା ପାଇଁ ୬ ଜଣଙ୍କ ନିକଟରୁ ସେମାନେ ଏହି ଲାଞ୍ଚ ଟଙ୍କା ନେଉଥିଲେ ଇଏନେଇ ତରଭର ସୁନାରିପଡ଼ାର ଅଭିଯୋଗକାରୀ ପ୍ରଦୀପ ସାହୁ ସୋନପୁର ଭିଜିଲାନ୍ସର […]

Samaya Live Picture
Published On

ସୋନପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସୋନପୁର ତରଭା ସବରେଜିଷ୍ଟ୍ରାର ଅଫିସ ର ମୁଖ୍ୟ କିରାଣୀ I ୨୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଏବଂ ମଧ୍ୟସ୍ଥି ହେମକାନ୍ତ ବିଶି I ଜମି ରେଜିଷ୍ଟ୍ରେସନ କାଗଜ ପତ୍ର କରାଇଦେବା ପାଇଁ ୬ ଜଣଙ୍କ ନିକଟରୁ ସେମାନେ ଏହି ଲାଞ୍ଚ ଟଙ୍କା ନେଉଥିଲେ ଇଏନେଇ ତରଭର ସୁନାରିପଡ଼ାର ଅଭିଯୋଗକାରୀ ପ୍ରଦୀପ ସାହୁ ସୋନପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନା ଅନୁଯାୟୀ ଆଜି ପ୍ରଦୀପ ସାହୁ ୨୪ହଜାର ଟଙ୍କା ଲାଞ୍ଚ ଦେବାକୁ ଯାଇଥିଲେ। ହେଲେ ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଉକ୍ତ ଟଙ୍କା ଦଲାଲ ହେମକାନ୍ତ ବିଶିଙ୍କୁ ଦେବା ଲାଗି କହିଥିଲେ। ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଉଭୟଙ୍କୁ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏନେଇଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ଉଭୟଙ୍କ ନାଁରେ ପୂର୍ବରୁ ମଧ୍ୟ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଥିଲା I

Tags: