ଭିଜିଲାନ୍ସ ହାତରେ ଧରା ପଡିଲେ ସେକ୍ସନ ଅଫିସର

ବଲାଙ୍ଗିର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସେକ୍ସନ ଅଫିସର I ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ,ପାଟଣାଗଡ଼ କଲେଜ ଛକ ନିକଟ ଗଙ୍ଗାଧର ପାର୍କଠାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଏକ ଜମି ମ୍ୟୁଟେସନ ପାଇଁ ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ […]

Samaya Live Picture
Published On

ବଲାଙ୍ଗିର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସେକ୍ସନ ଅଫିସର I ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ,ପାଟଣାଗଡ଼ କଲେଜ ଛକ ନିକଟ ଗଙ୍ଗାଧର ପାର୍କଠାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଏକ ଜମି ମ୍ୟୁଟେସନ ପାଇଁ ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା I ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଯୁଗଳଙ୍କ ପାଟଣାଗଡ ବାସଭବନ ଓ ବେଲପଡ଼ା ତହସିଲ ଅଫିସ୍ ଚାମ୍ବରରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

Tags: