ଘରେ ପଶି ନIବାଳିକାର ତଣ୍ଟି କାଟିଲା ଦୁର୍ବୃତ୍ତ
ଅନୁଗୁଳ : ଆଜି ସକାଳ ୧୦ ଟା ବେଳେ ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା I ଜଣେ ଦୁର୍ବୃତ୍ତ ଘରେ ପଶି ନାବାଳିକା ତଣ୍ଟି କାଟି ହତ୍ୟା କରିଛି I ନାବାଳିକାଙ୍କ ବୟସ ୧୨ ବର୍ଷ I ସେ ଭାଗିରଥି ସାହୁଙ୍କ ଝିଅ ନାଁ ଖୁସି ସାହୁ I ତାଙ୍କ ପ୍ରକୃତ ଘର ତାଳଚେର ଡଆରIରେ ହୋଇଥିବାବେଳେ,ସେମାନେ ନୁଗୋଳ ଜିଲ୍ଲା ସଦର ଥାନା କୁଇଓ ଅନନ୍ତ ବେରେଣୀ ରେ ରହି […]
ଅନୁଗୁଳ : ଆଜି ସକାଳ ୧୦ ଟା ବେଳେ ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା I ଜଣେ ଦୁର୍ବୃତ୍ତ ଘରେ ପଶି ନାବାଳିକା ତଣ୍ଟି କାଟି ହତ୍ୟା କରିଛି I ନାବାଳିକାଙ୍କ ବୟସ ୧୨ ବର୍ଷ I ସେ ଭାଗିରଥି ସାହୁଙ୍କ ଝିଅ ନାଁ ଖୁସି ସାହୁ I ତାଙ୍କ ପ୍ରକୃତ ଘର ତାଳଚେର ଡଆରIରେ ହୋଇଥିବାବେଳେ,ସେମାନେ ନୁଗୋଳ ଜିଲ୍ଲା ସଦର ଥାନା କୁଇଓ ଅନନ୍ତ ବେରେଣୀ ରେ ରହି ଆସୁଥିଲେ I
ଆଜି ସକାଳ ପ୍ରାୟ ୧୦ଟା ସମୟରେ ଖୁସି ତାଙ୍କ ମା’ ଘରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଖୁସୀଙ୍କ ମା’ଙ୍କୁ ଧକ୍କା ଦେଇ ଘର ଭିତରକୁ ପଶି ଯାଇ ଏକ ଧାରୁଆ ଅସ୍ତ୍ରରେ ଖୁସି ର ତଣ୍ଟି କାଟି ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଖୁସୀଙ୍କୁ ପରିବାର ଲୋକେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ନେଇ ଥିଲେ Iସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଘଟଣା ପ୍ରଚାର ହେବା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି I
କେଉଁ କାରଣ ପାଇଁ ଦୁର୍ବୃତ୍ତ ଜଣଙ୍କ ନାବାଳିକାର ତଣ୍ଟିକାଟି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ଏକ ତରଫା ପ୍ରେମ ଜନିତ କାରଣ ଏପରି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି I




