ଜେଲରୁ ଫେରାର ମାରିଥିବା କଏଦୀ ଗିରଫ

ବଲାଙ୍ଗୀର : ଟିଟିଲାଗଡ଼ ଉପକାରାଗାରରୁ ଫେରାର ୨ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ I ନରହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିବା ଅଭିଯୁକ୍ତ ସୁମିତ ବେହେରାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଶୋଭାବନ ରଣା ଫେରାର ରହିଛି I ଗତ ୯ ତାରିଖରେ ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ସୁମିତ ଏବଂ ଶୋଭାବନ ରାଣା ଫେରାର ହୋଇ ଯାଇଥିଲେ। ଏନେଇ ଜେଲ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଘଟଣା ନେଇ […]

Samaya Live Picture
Published On

ବଲାଙ୍ଗୀର : ଟିଟିଲାଗଡ଼ ଉପକାରାଗାରରୁ ଫେରାର ୨ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ I ନରହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିବା ଅଭିଯୁକ୍ତ ସୁମିତ ବେହେରାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଶୋଭାବନ ରଣା ଫେରାର ରହିଛି I ଗତ ୯ ତାରିଖରେ ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ସୁମିତ ଏବଂ ଶୋଭାବନ ରାଣା ଫେରାର ହୋଇ ଯାଇଥିଲେ। ଏନେଇ ଜେଲ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଘଟଣା ନେଇ ଜେଲ ଡିଆଇଜି କୁଳମଣି ବେହେରା ତଦନ୍ତ କରି ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ। କଏଦୀ ଫେରାର ହେବା ପଛରେ ଅଧିକ୍ଷକଙ୍କ ଭୂମିକା ନେଇ ଡିଆଇଜି ସନ୍ଦେହ ପ୍ରକାଶ କରିଥିଲେ। ଉଭୟ କଏଦୀ ଜେଲ ପାଚେରୀ ବାହାରେ ଥିବା ଜେଲ ଅଧିକ୍ଷକଙ୍କ ଘରେ କାମ କରୁଥିବା ତଥା ବାହାରେ ସର୍ବ ସାଧାରଣ ସ୍ଥାନରେ ଜେଲ କର୍ମଚାରୀଙ୍କ ସହ ଭୋଜି ଭାତରେ ସାମିଲ ହୋଇଥିବା ଆଲୋଚନା ହେଉଥିଲା।

ସୂଚନାନୁସାରେ,ସୁମିତ ଜଣେ ଶିଶୁକୁ ହତ୍ୟା ଏବଂ ଏବଂ ଶୋଭାବନ ଦୁଇ ଜଣ ଶିଶୁଙ୍କୁ ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା। ବର୍ତ୍ତମାନ ଟିଟିଲାଗଡ଼ ପୁଲିସ ଜଣେ ଅଭିଯୁକ୍ତ ସୁମିତକୁ ଗିରଫ କରି ସିନ ରିକ୍ରିଏସନ ପାଇଁ ପୁଲିସ ଏସଡ଼ିପିଓ ଅଙ୍କିତା କୁମ୍ଭୀର, ଆଇଆଇସି ଅବନୀ ସାହୁ ପୁଲିସ ବଳ ସହିତ ଉପକାରାଗାରକୁ ଆଣିଛନ୍ତି। ପରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଆର. ଖିଲାରି। ଅନ୍ୟତମ ଫେରାର ବିଚାରାଧୀନ କଏଦୀଙ୍କ ନାଁ ଶୋଭାବନ ରଣା। ତାଙ୍କୁ ଧରିବାକୁ ଉଦ୍ୟମ କରୁଛି ଟିଟିଲାଗଡ଼ ପୁଲିସ।

Tags: