ମହିଳା ବେଶରେ ମେଡିକାଲରୁ ଖସି ପଳାଇଲେ କଏଦୀ

କଟକ : ଚିକିତ୍ସା ପାଇଁ ଯାଇ ମହିଳାବେଶରେ ମେଡକାଲରୁ ଖସି ପଳାଇଲା କଏଦୀ I କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଶୌଚ ହେବାକୁ କହି ବିଚାରାଧୀନ ବନ୍ଦୀ ଜଣକ ଚମ୍ପଟ ମାରିିଛି। ତା ନାଁ ସାଜନ ଦାସ। ଘର ଜଗତସିଂହପୁର ନାଉଗାଁ ବ୍ଲକ ନହଡ଼ିପଡାରେ। ସେ ନିଆଳି ଅଞ୍ଚଳରେ ଚୋରି କରିବା ଅଭିଯୋଗରେ ଗିରଫ ହୋଇଥିଲା। ସୂଚନାନୁସାରେ, ସାଜନ ଦାସ ବିଚାରାଧୀନ କଏଦୀ ଭାବରେ ଚୌଦ୍ୱାର ଜେଲରେ ରହୁଥିଲା I ସେଠାରେ ସେ ପେଟ ଜନିତ […]

Samaya Live Picture
Published On

କଟକ : ଚିକିତ୍ସା ପାଇଁ ଯାଇ ମହିଳାବେଶରେ ମେଡକାଲରୁ ଖସି ପଳାଇଲା କଏଦୀ I କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଶୌଚ ହେବାକୁ କହି ବିଚାରାଧୀନ ବନ୍ଦୀ ଜଣକ ଚମ୍ପଟ ମାରିିଛି। ତା ନାଁ ସାଜନ ଦାସ। ଘର ଜଗତସିଂହପୁର ନାଉଗାଁ ବ୍ଲକ ନହଡ଼ିପଡାରେ। ସେ ନିଆଳି ଅଞ୍ଚଳରେ ଚୋରି କରିବା ଅଭିଯୋଗରେ ଗିରଫ ହୋଇଥିଲା।

ସୂଚନାନୁସାରେ, ସାଜନ ଦାସ ବିଚାରାଧୀନ କଏଦୀ ଭାବରେ ଚୌଦ୍ୱାର ଜେଲରେ ରହୁଥିଲା I ସେଠାରେ ସେ ପେଟ ଜନିତ ସମସ୍ୟା ଓ ବାତ ରୋଗରେ ଆକ୍ରାନ୍ତ ହେବାରୁ ଗତ ମେ ୨୯ ତାରିଖରେ ଚୌଦ୍ବାର ଜେଲ୍ କର୍ତ୍ତୃପକ୍ଷ ତାକୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ଦିନ ପ୍ରାୟ ୧୧ଟା ବେଳେ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାକୁ ନ୍ୟୁ ମେଡିସିନ୍ ୱାର୍ଡର ଦ୍ବିତୀୟ ମହଲାରେ ଥିବା ବେଡ ନଂ ୧୭୨ରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ସାଜନ ୱାର୍ଡରେ ଶୌଚ ଯିବାକୁ କହିଥିଲା। ତା ସହିତ ସୁରକ୍ଷା ଦାୟିତ୍ବରେ ଥିବା ଚୌଦ୍ବାର ଜେଲର ତିନି ଜଣ ୱାର୍ଡର ବି ଥିଲେ। ୱାର୍ଡରଙ୍କ ଉପସ୍ଥିତି ସତ୍ତ୍ବେ ସାଜନ ଶାଢ଼ୀ ପିନ୍ଧି ମହିଳା ବେଶରେ ସେଠାରୁ ଖସିଯାଇଥିଲା। ୱାର୍ଡର ପ୍ରଭାତ କୁମାର ନାୟକଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୨୨୪ରେ ଏକ ମାମଲା ରୁଜୁ କରିଥିବା ବେଳେ ଜଗତସିଂହପୁର ଓ ନିଆଳି ଅଞ୍ଚଳରେ ଚଢଉ ଜାରି ରଖିଛି। ତେବେ ଏନେଇ ପୋଲିସ କିମ୍ବା ଚୌଦ୍ବାର ଜେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Tags: