ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଝୁଲନ୍ତା ଅବସ୍ଥାରେ ହୋଇଥିଲା ମୃତୁ୍ୟ

ଭୁବନେଶ୍ୱର: ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ମୃତୁ୍ୟ ଘଟଣାରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନକୁ ଆସିଛି । ଏହି ଖବର ପରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ଏବେ ପୋଲିସର ଚିନ୍ତା ବଢ଼ିଛି । ଖବର ଅନୁସାରେ, ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିବା ସହିତ ଝୁଲନ୍ତା ଅବସ୍ଥାରେ ତାଙ୍କ ଶ୍ୱାସରୁଦ୍ଧ ହୋଇଛି ବୋଲି ଉଲ୍ଲେଖ ରହିଛି । […]

Samaya Live Picture
Published On

ଭୁବନେଶ୍ୱର: ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ମୃତୁ୍ୟ ଘଟଣାରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନକୁ ଆସିଛି । ଏହି ଖବର ପରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ଏବେ ପୋଲିସର ଚିନ୍ତା ବଢ଼ିଛି ।

ଖବର ଅନୁସାରେ, ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିବା ସହିତ ଝୁଲନ୍ତା ଅବସ୍ଥାରେ ତାଙ୍କ ଶ୍ୱାସରୁଦ୍ଧ ହୋଇଛି ବୋଲି ଉଲ୍ଲେଖ ରହିଛି ।

ତେବେ ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ମଧ୍ୟ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ରହିଥିଲା । ପରେ ଶବକୁ କଢ଼ାଯାଇ ବେଡ୍‌ ଉପରେ ରଖାଯାଇଥିଲା । ଏଣୁ ଶୁଭଶ୍ରୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ, ଶୁଭଶ୍ରୀଙ୍କ ଜଣେ ନୟାଗଡ଼ର ପୁରୁଷବନ୍ଧୁଙ୍କୁ ଖାରବେଳ ପୋଲିସ ଅଟକ ରଖି ପଚରାଉଚରା କରୁଛି । ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ ଏକାଧିକ ଥର ନୟାଗଡ଼ ପୁରୁଷ ବନ୍ଧୁଙ୍କୁ ଫୋନ କଲ୍‌ କରିଥିବାରୁ ହତ୍ୟା ମାମଲା ନେଇ ସନ୍ଦେହ ବଢ଼ୁଛି । ମୃତ୍ୟୁର ପ୍ରାୟ ଅଧଘଣ୍ଟା ପୂର୍ବରୁ ୨୭ ସେକେଣ୍ଡର ଏକ ଫୋନ୍‌ କଲ୍‌ ହୋଇଥିବା ଜଣାପଡିଛି । ପୂର୍ବରୁ ସେହି ନୟାଗଡ଼ ପୁରୁଷବନ୍ଧୁ ଜଣଙ୍କ ତାଙ୍କ ଘରକୁ ଯିବାଆସିବା କରୁଥିବା କଥା ମୃତ ଶୁଭଶ୍ରୀଙ୍କ ସ୍ୱାମୀ କହିଛନ୍ତି ।