ପାରାଦୀପରେ ମୃତ ରୁଷ୍ ଇଞ୍ଜିନିୟରଙ୍କର ଆଜି ହେବ ପୋଷ୍ଟମର୍ଟମ
ପାରାଦୀପ : ପାରାଦୀପ ପୋର୍ଟ ଆଙ୍କରେଜ ରେ ଜାହାଜରୁ ରୁଷୀୟ ଚିଫ ଇଂଜିନିୟରଙ୍କ ମୃତ ଦେହ ମିଳିଥିଲା I ଏହି ଘଟଣା ଜଣାପଡିବା ପରେ ଗତକାଲି ବନ୍ଦର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା I ମିଳିଥିବା ମୃତଦେହ ଟି ହେଉଛି ମାଲବାହୀ ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ୍ ସର୍ଗେଇଙ୍କର I ସେ ଜଣେ ରୁଷୀୟ ନାଗରିକ I ପାଖାପାଖି ୨୧ ଘଣ୍ଟା ପରେ ଗତକାଲି ବିଳମ୍ବିତ ରାତିରେ ଜାହାଜ ଆସି କୂଳରେ ଲାଗିବା ପରେ […]
ପାରାଦୀପ : ପାରାଦୀପ ପୋର୍ଟ ଆଙ୍କରେଜ ରେ ଜାହାଜରୁ ରୁଷୀୟ ଚିଫ ଇଂଜିନିୟରଙ୍କ ମୃତ ଦେହ ମିଳିଥିଲା I ଏହି ଘଟଣା ଜଣାପଡିବା ପରେ ଗତକାଲି ବନ୍ଦର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା I ମିଳିଥିବା ମୃତଦେହ ଟି ହେଉଛି ମାଲବାହୀ ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ୍ ସର୍ଗେଇଙ୍କର I ସେ ଜଣେ ରୁଷୀୟ ନାଗରିକ I ପାଖାପାଖି ୨୧ ଘଣ୍ଟା ପରେ ଗତକାଲି ବିଳମ୍ବିତ ରାତିରେ ଜାହାଜ ଆସି କୂଳରେ ଲାଗିବା ପରେ ଆଜି ମିଲ୍ୟାକୋଭ୍ ସର୍ଗେଇଙ୍କର ପୋଷ୍ଟମର୍ଟମ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସକୁ ଏ ପର୍ଯ୍ୟନ୍ତ ସର୍ଗେଇଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡି ନାହିଁ।
ପ୍ରାଥମିକ ଅନୁସନ୍ଧାନର ଜଣାପଡିଛି, ସେ ତାଙ୍କ ଚାମ୍ବରରେ ଅଚାନକ ସଜ୍ଞାହିନ ହୋଇ ପଡିଯାଇଥିଲେ। ତେଣୁ ମୃତ୍ୟୁ କାରଣ ହୃଦ୍ଘାତ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟର କାରଣ । ଜାହାଜ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିଯୁକ୍ତ ଏଜେଣ୍ଟ ସଂସ୍ଥା ‘କାହ୍ନା ସିପିଙ୍ଗ’ ପକ୍ଷରୁ ଏତଲା ଦିଆଯିବା ପରେ ପାରାଦୀପ ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହାକୁ ଭିତ୍ତି କରି ପୁଲିସ ଜାହାଜରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ପୁଲିସ୍ ଜାହାଜରେ ଥିବା ଅବଶିଷ୍ଟ ୨୨ଜଣ କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିଛି। ଏବେ ସୁଦ୍ଧା ଏହି ଋଷୀୟ ନାଗରିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ପୋର୍ଟ କର୍ତ୍ତୃପକ୍ଷ ଏବଂ ପୁଲିସ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିବା ଜଣାଯାଇଛି।




