ପୋଲିସ ହାତକୁ କାମୁଡି କଏଦୀ ଫେରାର
କେନ୍ଦୁଝର : ପୋଲିସ୍କୁ କାମୁଡି ଚମ୍ପଟ ମାରିଛି ହତ୍ୟା ଅଭିଯୁକ୍ତ I ଘଟଣା ଘଟିଛି କେନ୍ଦୁଝର ଅଞ୍ଚଳରେ ଇ ଅଭିଯୁକ୍ତ ଜଣକ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁର ପ୍ରଦୂଷ ବରାଳ I ସୂଚନାନୁସାରେ,ଗାଁ ରେ ଏକ ହତ୍ୟା ଅଭିଯୋଗରେ ଅନେକ ଦିନରୁ ଫେରାର ଥିଲା ପ୍ରଦୂଷ I ତାଙ୍କ ନାଁରେ ୩୦୭ ଦଫାରେ ମୋକଦ୍ଦମା ରୁଜୁ ହୋଇଥିଲା I ତେବେ ସେ ଗାଁକୁ ଫେରିଥିବା ନେଇ ଖବର ପାଇଥିଲା ପୋଲିସ I ଗତକାଲି ସ୍ୱାଇଁଙ୍କୁଳ […]
କେନ୍ଦୁଝର : ପୋଲିସ୍କୁ କାମୁଡି ଚମ୍ପଟ ମାରିଛି ହତ୍ୟା ଅଭିଯୁକ୍ତ I ଘଟଣା ଘଟିଛି କେନ୍ଦୁଝର ଅଞ୍ଚଳରେ ଇ ଅଭିଯୁକ୍ତ ଜଣକ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁର ପ୍ରଦୂଷ ବରାଳ I
ସୂଚନାନୁସାରେ,ଗାଁ ରେ ଏକ ହତ୍ୟା ଅଭିଯୋଗରେ ଅନେକ ଦିନରୁ ଫେରାର ଥିଲା ପ୍ରଦୂଷ I ତାଙ୍କ ନାଁରେ ୩୦୭ ଦଫାରେ ମୋକଦ୍ଦମା ରୁଜୁ ହୋଇଥିଲା I ତେବେ ସେ ଗାଁକୁ ଫେରିଥିବା ନେଇ ଖବର ପାଇଥିଲା ପୋଲିସ I ଗତକାଲି ସ୍ୱାଇଁଙ୍କୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀଙ୍କ ସହିତ ପୋଲିସ ଟିମ୍ ପ୍ରଦୂଷଙ୍କ ଘରେ ଅଚାନକ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା I ତେବେ ପ୍ରଦୂଷଙ୍କୁ ଗିରଫ କରି ନେବା ସମୟରେ ସେ ପୋଲିସ କର୍ମଚାରୀଙ୍କ ହାତକୁ କାମୁଡି ଦେଇ ସେଠାରୁ ଫେରାର ହୋଇଯାଇଥିଲା I ଏହାପରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ।




