ଗୋପାଳ ଦାସର ଗୁଳିକାଣ୍ଡ ସମୟର ଫଟୋ ଭାଇରାଲ
ଭୁବନେଶ୍ୱର : ଗଣମାଧ୍ୟମରେ ଭାଇରାଲ ହେଲା ଗୋପାଳ ଦାସର ଗୁଳି ମାରୁଥିବା ସମୟର ଫଟୋ I ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ I ମନ୍ତ୍ରୀ ନବ ଦାସ ତାଙ୍କ କାରରୁ ଓହ୍ଲାଉଥିବା ବେଳେ ଗୋପାଳ ଦାସ ତାଙ୍କ ସାମ୍ନାରେ ଠିଆ ହୋଇ ଏକଦମ ନିକଟରୁ ତାଙ୍କୁ ଗୁଳି କରିଥିଲା। ସେ ଗୁଳି ମାରୁଥିବାର ସେହି ଦୃଶ୍ୟ କ୍ୟାମେରାରେ ଧରାପଡ଼ିଛି । ଘଟନାନୁସାରେ,ଗତ ଜାନୁୟାରୀ ୨୯ ତାରିଖରେ ଦିନ […]
ଭୁବନେଶ୍ୱର : ଗଣମାଧ୍ୟମରେ ଭାଇରାଲ ହେଲା ଗୋପାଳ ଦାସର ଗୁଳି ମାରୁଥିବା ସମୟର ଫଟୋ I ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ I ମନ୍ତ୍ରୀ ନବ ଦାସ ତାଙ୍କ କାରରୁ ଓହ୍ଲାଉଥିବା ବେଳେ ଗୋପାଳ ଦାସ ତାଙ୍କ ସାମ୍ନାରେ ଠିଆ ହୋଇ ଏକଦମ ନିକଟରୁ ତାଙ୍କୁ ଗୁଳି କରିଥିଲା। ସେ ଗୁଳି ମାରୁଥିବାର ସେହି ଦୃଶ୍ୟ କ୍ୟାମେରାରେ ଧରାପଡ଼ିଛି ।
ଘଟନାନୁସାରେ,ଗତ ଜାନୁୟାରୀ ୨୯ ତାରିଖରେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ମନ୍ତ୍ରୀ ନବ ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ I ସେହି ସମୟରେ ମନ୍ତ୍ରୀ ତାଙ୍କ କାରରୁ ଓହ୍ଲାଉଥିବା ବେଳେ ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲା I ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକ ଧରି ମନ୍ତ୍ରୀଙ୍କ ସାମ୍ନାରୁ ଗୁଳି କରୁଥିବା ଭଳି ଜଣାପଡୁଛି। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି I
ପୂର୍ବରୁ ନବଦାସଙ୍କ ହତ୍ୟା ବେଳର ଏକାଧିକ ଭିଡିଓ ସାମ୍ନାକୁ ଆସିଥିଲେ ବି ଅଭିଯୁକ୍ତ ସାମ୍ନା ପଟୁ ସ୍ପଷ୍ଟ ଗୁଳି କରୁଥିବାର ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିନଥିଲା। ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଦାୟିତ୍ୱରେ ମୁତୟନ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସ ଘଟଣାଦିନ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲା I




