ଆମ୍ବୁଲାନ୍ସ ଭିତରୁ ରୋଗୀ ଉଭାନ,୬ ଦିନ ପରେ ମିଳିଲା ଅଙ୍ଗବିହୀନ ଶବ

ଭୁବନେଶ୍ୱର : ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସ ଭିତରୁ ରୋଗୀ ଉଭାନ I ଜଣେ ଯୁବକ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଯାଇଥିଲେ । ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲ ମଝିରୁ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ପରେ ତାଙ୍କ ପେଟ ଚିରା ହୋଇ ସିଲାଇ ହୋଇଥିବା ଦେଖିବାକୁ ମିଳିଥିଲା I ଏହା ସହିତ ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା ଜଣା […]

Samaya Live Picture
Published On

ଭୁବନେଶ୍ୱର : ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସ ଭିତରୁ ରୋଗୀ ଉଭାନ I ଜଣେ ଯୁବକ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଯାଇଥିଲେ । ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲ ମଝିରୁ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ପରେ ତାଙ୍କ ପେଟ ଚିରା ହୋଇ ସିଲାଇ ହୋଇଥିବା ଦେଖିବାକୁ ମିଳିଥିଲା I ଏହା ସହିତ ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା ଜଣା ପଡିଛି ମୃତକ ହେଲେ ୟୁନିଟ୍ ୧ ଭୁବନେଶ୍ଵର ଅଞ୍ଚଳର କେଳୁଚରଣ ରାଉତରାୟ । ସେ ଶୁକ୍ରବାରରୁ ନିଖୋଜ ଥିଲେ । ନିଖୋଜ ନେଇ ବ୍ୟାପିଟାଲ ଥାନାରେ କେଳୁଚରଣଙ୍କ ଭାଇ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ରାସ୍ତାର ଇଚ୍ଛାପୁର ଗ୍ରାମର କେତେକ ବ୍ୟକ୍ତି ଧାନବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଯୁବକଙ୍କ ମୁହଁରେ ଏସିଡ୍ ପକାଇ ପୋଡ଼ି ଦିଆଯାଇଥିବା ଏବଂ ପେଟ ଚିରି ସିଲେଇ କରାଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଓଲଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ୍‌ରୁ ନମ୍ବର ବାହାର କରି ପରିବାର ସହ ଯୋଗାଯୋଗ କରିଥିଲା। ଘଟଣାସ୍ଥଳରେ ପରିବାରବର୍ଗ ପହଂଚିି ମୃତଦେହ କେଳୁଚରଣ ରାଉତରାୟଙ୍କର ବୋଲି ଚିହ୍ନଟ କରିଥିଲେ । ସେ ଗତ ୧୨ ତାରିଖରେ ଭୁବନେଶ୍ୱରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଏହାପରଠୁ ତାଙ୍କର କୌଣିସ ଖୋଜ ଖବର ମିଳିନଥିଲା । ଆଉ ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲ ମଝିରୁ ଉଦ୍ଧାର ହୋଇଛି । ତାଙ୍କ ପେଟ ଚିରାହୋଇ ସିଲାଇ କରାଯାଇଥିବାରୁ ସେ ଅଙ୍ଗଚୋରି ରାକେଟ ହାବୁଡ଼ରେ ପଡ଼ିଯାଇଥିଲେ ବୋଲି ସନ୍ଦେହ ହେଉଛି ।

Tags: