ବୃଦ୍ଧଙ୍କୁ ଅଟକାଇ ହାଣିଦେଲେ ମାନସିକ ବିକୃତ

ଯାଜପୁର: ଯାଜପୁର ସଦର ଥାନା ଜମଧର ଗାଁରେ ଅଭାବନୀୟ ଘଟଣା। ମାନସିକ ବିକୃତର କଟୁରି ଚୋଟରେ ବୃଦ୍ଧଙ୍କର ମୃତ୍ୟୁ I ମୃତକ ହେଲେ କାଳନ୍ଦୀ ମଲିକ। ପାଗଳ ସୁରେନ୍ଦ୍ର ବେହେରାକୁ ଅଟକ ରଖିଛି ସଦର ପୁଲିସ। ଗତକାଲି ଠାରୁ ସେ କଟୁରି ଧରି ବୁଲୁ ଥିଲା I ଆଜି ସକାଳେ କାଳନ୍ଦୀ ଜଣେ ସହଯୋଗୀଙ୍କ ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଦେଖାକରି ନିଜ ଗାଁ ସ୍ୱପ୍ନେଶ୍ୱରପୁରକୁ ଫେରୁଥିଲେ । ‌ଏହି ସମୟରେ ସୁରେନ୍ଦ୍ର ବାଟରେ କାଳନ୍ଦୀଙ୍କୁ ଅଟକାଇ ତାଙ୍କ […]

Samaya Live Picture
Published On

ଯାଜପୁର: ଯାଜପୁର ସଦର ଥାନା ଜମଧର ଗାଁରେ ଅଭାବନୀୟ ଘଟଣା। ମାନସିକ ବିକୃତର କଟୁରି ଚୋଟରେ ବୃଦ୍ଧଙ୍କର ମୃତ୍ୟୁ I ମୃତକ ହେଲେ କାଳନ୍ଦୀ ମଲିକ। ପାଗଳ ସୁରେନ୍ଦ୍ର ବେହେରାକୁ ଅଟକ ରଖିଛି ସଦର ପୁଲିସ। ଗତକାଲି ଠାରୁ ସେ କଟୁରି ଧରି ବୁଲୁ ଥିଲା I ଆଜି ସକାଳେ କାଳନ୍ଦୀ ଜଣେ ସହଯୋଗୀଙ୍କ ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଦେଖାକରି ନିଜ ଗାଁ ସ୍ୱପ୍ନେଶ୍ୱରପୁରକୁ ଫେରୁଥିଲେ । ‌ଏହି ସମୟରେ ସୁରେନ୍ଦ୍ର ବାଟରେ କାଳନ୍ଦୀଙ୍କୁ ଅଟକାଇ ତାଙ୍କ ବେକକୁ ହାଣି ଦେଇଥିଲା I ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁରେନ୍ଦ୍ରକୁ କାବୁ କରିବା ସହିତ କଟୁରିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Tags: