ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀଙ୍କୁ ମାଟି ତଳୁ ଖୋଜି ବାହାର କରାଯିବ – ବିଜେପି
ଭୁବନେଶ୍ୱର : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ପୁରିଲା ୧୮ ବର୍ଷ । ଏପର୍ଯ୍ୟନ୍ତ ମଧ୍ୟ ଧରାପଡ଼ି ନାହାନ୍ତି ଦୋଷୀ । ଯେଉଁ କମିସନ ବସିଥିଲା ତାହାର ଏବେ ତର୍ଜମା କରାଯାଉଛି । ଆଇନ ବିଭାଗ ଏବଂ ଆଇନ ବିଶାରଦମାନେ ତର୍ଜମା କରୁଛି । ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ଆଜି […]
ଭୁବନେଶ୍ୱର : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ପୁରିଲା ୧୮ ବର୍ଷ । ଏପର୍ଯ୍ୟନ୍ତ ମଧ୍ୟ ଧରାପଡ଼ି ନାହାନ୍ତି ଦୋଷୀ । ଯେଉଁ କମିସନ ବସିଥିଲା ତାହାର ଏବେ ତର୍ଜମା କରାଯାଉଛି । ଆଇନ ବିଭାଗ ଏବଂ ଆଇନ ବିଶାରଦମାନେ ତର୍ଜମା କରୁଛି । ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେପି ଲୋକଙ୍କ ସରକାର ,ବିଜେପି ଯାହା ସଂକଳ୍ପ ନେଇଛି ତାହା କରିବ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାରକୁ ନେଇ କଂଗ୍ରେସ କରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ମନମୋହନ ସାମଲ ।
ସେହିପରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ମାଟି ତଳୁ ଖୋଜି ବାହାର କରିବ ବିଜେପି ସରକାର। ହତ୍ୟାକାରୀ ଯେତେ ବଡ଼ ବ୍ୟକ୍ତିତ୍ଵର ଅଧିକାରୀ ହୁଅନ୍ତୁ, ରାଜନୀତିରେ ବଡ଼ପଦବିରେ ବସିଥାଆନ୍ତୁ କିମ୍ବା ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପଦବିରେ ଥାଆନ୍ତୁ, ତାଙ୍କୁ ମାଟି ତଳୁ ବାହାର କରାଯିବ। ସରକାର ଉପରେ ସାଧାରଣ ଲୋକଙ୍କ ଭରସା ଅଛି। ଆଜି ତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସଭାମଞ୍ଚରୁ ସାଧୁସନ୍ଥମାନେ ମଧ୍ୟ ଆହ୍ବାନ ଦେଇଛନ୍ତି। ୧୮ ବର୍ଷ ହେଇଗଲା। ହତ୍ୟାକାରୀମାନେ ବାହାରେ ବୁଲୁଛନ୍ତି। ବିଜେପି ସରକାର ଦାୟିତ୍ଵ ନେବାର ବର୍ଷେ ହେଲା । ଏ ସରକାର ହତ୍ୟାକାରୀ, ଆସାମୀମାନଙ୍କୁ ଧରିବ । ହତ୍ୟାରେ ସଂଶ୍ଳିଷ୍ଟ ବା ସଂପୃକ୍ତ ଥିବା ଷଡ଼ଯନ୍ତ୍ରକାରୀମାନେ ଧରପଡ଼ିବେ। ସେମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି ।




