ଚୋରା ମଦ ବ୍ୟବସାୟୀଙ୍କୁ ଉଠ ବସ କରାଇଲେ ସାଂସଦ
ବାଲେଶ୍ବର : ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି । ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ । ଚୋରା ମଦ କାରବାର ବେଳେ ହଠାତ ଚଢ଼ାଉ କରିଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ I ଏହି ସମୟରେ ଉପସ୍ଥିତ ଥିବା ବେପାରୀଙ୍କୁ କାନ ଧରି ବସ ଉଠ କରାଇଲେ ସାଂସଦ । ନୀଳଗିରିରେ ନୂତନ କରି ଷ୍ଟେସନ ନିର୍ମାଣ ହେଉଥିବା ବେଳେ ସେହିସ୍ଥାନ ଏବେ ଚୋରା ମଦ ବେପାରୀଙ୍କ ଆଡ୍ଡାସ୍ଥଳ ପାଲଟିଛି । […]
ବାଲେଶ୍ବର : ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି । ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ । ଚୋରା ମଦ କାରବାର ବେଳେ ହଠାତ ଚଢ଼ାଉ କରିଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ I ଏହି ସମୟରେ ଉପସ୍ଥିତ ଥିବା ବେପାରୀଙ୍କୁ କାନ ଧରି ବସ ଉଠ କରାଇଲେ ସାଂସଦ । ନୀଳଗିରିରେ ନୂତନ କରି ଷ୍ଟେସନ ନିର୍ମାଣ ହେଉଥିବା ବେଳେ ସେହିସ୍ଥାନ ଏବେ ଚୋରା ମଦ ବେପାରୀଙ୍କ ଆଡ୍ଡାସ୍ଥଳ ପାଲଟିଛି । ଖୁଲମ ଖୁଲା ଦେଶୀ ଓ ବିଦେଶୀ ମଦ ଏଠାରେ ବିକ୍ରି ହେଉଛି । ଏଭଳି ଖବର ବାଲେଶ୍ୱର ସାଂସଦ ଜାଣିବା ପରେ ଗତକାଲି ରାତିରେ ହଠାତ ସେହି ଅଞ୍ଚଳକୁ ଯାଇଥିଲେ ପ୍ରତାପ ଷଡଙ୍ଗୀ । ମଦ ବେପାରୀ ଓ ପିଉଥିବା ଗ୍ରାହକ ତାଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ଯେଉଁ ମାନଙ୍କୁ ଧରିଥିଲେ ସେମାନଙ୍କୁ ତାଗିଦ କରିବା ସହ କାନ ଧରି ବସ୍ ଉଠ କରାଇଥିଲେ । ପରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ନୀଳଗିରି ଥାନା ପୋଲିସ ।




