ଘରୋଇ ସହାୟିକାଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ ମା’ ,ଗୁମର ଖୋଲିଲା ପୁଅ

ରାଞ୍ଚି : ବିଜେପିରୁ ନିଲମ୍ବିତ ହୋଇଥିବା ନେତ୍ରୀ ତାଙ୍କ ଘରୋଇ ସହାୟିକା ଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଆଜି ସକାଳେ ଗିରଫ ହୋଇଛନ୍ତି I ଏହି ଚାଂଚଲ୍ୟକର ଘଟଣା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ତାଙ୍କ ପୁଅ ଏହି ଘଟଣାର ପର୍ଦାଫାଶ କରିଥିଲା I ସୂଚନାନୁସାରେ ଝାରଖଣ୍ଡ ର ପୂର୍ବତନ ବିଜେପି ନେତ୍ରୀ ତଥା ଜଣେ ଆଇଏଏସ ଅଫିସରଙ୍କ ପତ୍ନୀ ସୀମା ପାତ୍ର ତାଙ୍କ ଘରେ ନିଯୁକ୍ତ ଦେଇଥିବା ଜଣେ ଆଦିବାସୀ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ […]

Samaya Live Picture
Published On

ରାଞ୍ଚି : ବିଜେପିରୁ ନିଲମ୍ବିତ ହୋଇଥିବା ନେତ୍ରୀ ତାଙ୍କ ଘରୋଇ ସହାୟିକା ଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଆଜି ସକାଳେ ଗିରଫ ହୋଇଛନ୍ତି I ଏହି ଚାଂଚଲ୍ୟକର ଘଟଣା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ତାଙ୍କ ପୁଅ ଏହି ଘଟଣାର ପର୍ଦାଫାଶ କରିଥିଲା I

ସୂଚନାନୁସାରେ ଝାରଖଣ୍ଡ ର ପୂର୍ବତନ ବିଜେପି ନେତ୍ରୀ ତଥା ଜଣେ ଆଇଏଏସ ଅଫିସରଙ୍କ ପତ୍ନୀ ସୀମା ପାତ୍ର ତାଙ୍କ ଘରେ ନିଯୁକ୍ତ ଦେଇଥିବା ଜଣେ ଆଦିବାସୀ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ I ଘରୋଇ ସାହାୟିକାଙ୍କୁ ମାଡ଼ ଦେବା ସହିତ ତାଙ୍କ ଦାନ୍ତ କୁ ଲୁହା ରଡ଼ ରେ ବାଡେଇବା ଓ ଜିଭ ରେ ନିଜ ପାଇଖାନା ସଫା କରିବାକୁ ବାଧ୍ୟ କରୁଥିଲେ I ଘରୋଇ ସହାୟିକା ପ୍ରତି ବିଜେପି ନେତ୍ରୀଙ୍କ ଅମାନବୀୟ ଅତ୍ୟାଚାର ଦେଖି ତାଙ୍କ ପୁଅ ଆୟୁଷ୍ମାନ ସହି ପାରିନଥିଲେ। ତେଣୁ ନିଜ ମା’ର ଏହି କାରନାମା କୁ ଭିଡିଓ ଶୁଟ କରି ନିଜର ବନ୍ଧୁ ବିବେକ ଆନନ୍ଦ ବାସ୍କେଙ୍କୁ ପଠାଇଥିଲେ। ଏହି ଭିଡିଓ କ୍ଲିପକୁ ନେଇ ବିବେକ ଥାନାରେ ଅଭିଯୋଗ କରିଥିଲେ।

ଏହି ଖବର ଜାଣିବା ପରେ ଆୟୁଷ୍ମାନଙ୍କୁ ତାଙ୍କ ମା’ ପାନେ ଦେବା ପାଇଁ ଉଦ୍ୟମ କରିଥିଲେ। ପୁଅ ମାନସିକ ଭାବେ ଅସୁସ୍ଥ ଥିବା ଦର୍ଶାଇ ତାଙ୍କୁ ଏକ ହସପିଟାଲରେ ଭର୍ତ୍ତି କରିଥିଲେ। ରାଞ୍ଚିର ନ୍ୟୁରୋ ମେଡିକାଲରେ ଭର୍ତ୍ତି କରିଥିଲେ। ଏ ସବୁ କଥା କହିଛନ୍ତି ଘରୋଇ ସହାୟକା ସୁନୀତା । ଏହି ଘଟଣାରେ ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୁଲିସ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆ ଯାଇଛି I

Tags: