ପ୍ରେମିକାର ଭାଇକୁ ଭୁଜାଲିରେ ହାଣି ହତ୍ୟା କଲା ପ୍ରେମିକ

ଧାମନଗର : ରାସ୍ତା ମଝିରେ ପ୍ରେମିକାର ଭାଇକୁ ଭୁଜାଲିରେ ହାଣି ହତ୍ୟା କଲା ପ୍ରେମିକ I ଘଟଣା ଘଟିଛି ଧାମନଗର ବ୍ଳକ ଅନ୍ତର୍ଗତ ପାଳସାହି ବେତାଳିଗାଁ ଅଞ୍ଚଳରେ I ମୃତକ ଜଣକ ହେଲେ ଦେବାଶିଷ ପ୍ରଧାନ। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ ନନ୍ଦ କିଶୋର ଜେନା ତାଙ୍କୁ ହତ୍ୟା କରିଥିବା କୁହାଯାଉଛି I ସୂଚନା ଅନୁସାରେ, ଦେବାଶିଷଙ୍କ ଭଉଣୀଙ୍କୁ ଶାଆଁଳପୁର ଅଞ୍ଚଳର ନନ୍ଦ କିଶୋର ଭଲ ପାଉଥିଲେ। ହେଲେ ଦେବାଶିଷ ଏହି ଘଟଣାକୁ ବିରୋଧ କରିଆସୁଥିଲେ I […]

Samaya Live Picture
Published On

ଧାମନଗର : ରାସ୍ତା ମଝିରେ ପ୍ରେମିକାର ଭାଇକୁ ଭୁଜାଲିରେ ହାଣି ହତ୍ୟା କଲା ପ୍ରେମିକ I ଘଟଣା ଘଟିଛି ଧାମନଗର ବ୍ଳକ ଅନ୍ତର୍ଗତ ପାଳସାହି ବେତାଳିଗାଁ ଅଞ୍ଚଳରେ I ମୃତକ ଜଣକ ହେଲେ ଦେବାଶିଷ ପ୍ରଧାନ। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ ନନ୍ଦ କିଶୋର ଜେନା ତାଙ୍କୁ ହତ୍ୟା କରିଥିବା କୁହାଯାଉଛି I

ସୂଚନା ଅନୁସାରେ, ଦେବାଶିଷଙ୍କ ଭଉଣୀଙ୍କୁ ଶାଆଁଳପୁର ଅଞ୍ଚଳର ନନ୍ଦ କିଶୋର ଭଲ ପାଉଥିଲେ। ହେଲେ ଦେବାଶିଷ ଏହି ଘଟଣାକୁ ବିରୋଧ କରିଆସୁଥିଲେ I ତେବେ ଉଭୟ କିଛିଦିନ ତଳେ ଲୁଚି ପଳାଇ ଯାଇଥିଲେ। ଏ ନେଇ ପୁଲିସରେ ମାମଲା ରୁଜୁ ହୋଇଥିଲା। କିଛିଦିନ ପରେ ଘର ଲୋକେ ବୁଝାସୁଝା କରି ଝିଅକୁ ଫେରାଇ ଆଣିଥିଲେ। ଏହି ଘଟଣାରେ ନନ୍ଦକିଶୋର ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ଶୁକ୍ରବାର ସନ୍ଧ୍ୟାରେ ପ୍ରେମିକାର ଭାଇ ଦେବାଶିଷ ପ୍ରଧାନ (୨୩) ଗାଁ ମୁଣ୍ଡରେ ବସିଥିଲା ବେଳେ ପ୍ରତିଶୋଧ ନିଆଁରେ ଜଳୁଥିବା ନନ୍ଦକିଶୋର ସେଠାରେ ପହଞ୍ଚି ଏକ ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। । ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ଦେବାଶିଷଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଧୁଷୁରୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତତନ୍ତ ଆରମ୍ଭ କରିଥିବା ବେଳେ ନନ୍ଦ କିଶୋରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Tags: