ଚକଡା ନେଲା ଚାଷୀଙ୍କ ଜୀବନ

ବଲାଙ୍ଗୀର : ଫସଲହନୀରୁ ଚାଷୀଙ୍କ ଆତ୍ମହତ୍ୟା I ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏହି ଦୁଖଦଃ ଖବର I ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବୁବେଳ ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ଭୋଇ Iଏହା ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା। ସୂଚନା ଅନୁଯାୟୀ, ରମେଶ ନିଜର ୫ ଏକର ଜମିରେ ଧାନ ଫସଲ କରିଥିଲେ I ହେଲେ ଚକଡା ପୋକ ଲାଗି ଫସଲ ନଷ୍ଟ ହେବା ଯୋଗୁଁ ଗତକାଲି […]

Samaya Live Picture
Published On

ବଲାଙ୍ଗୀର : ଫସଲହନୀରୁ ଚାଷୀଙ୍କ ଆତ୍ମହତ୍ୟା I ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏହି ଦୁଖଦଃ ଖବର I ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବୁବେଳ ଗ୍ରାମରେ ଘଟିଛି ଏହି ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ଭୋଇ Iଏହା ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା।

ସୂଚନା ଅନୁଯାୟୀ, ରମେଶ ନିଜର ୫ ଏକର ଜମିରେ ଧାନ ଫସଲ କରିଥିଲେ I ହେଲେ ଚକଡା ପୋକ ଲାଗି ଫସଲ ନଷ୍ଟ ହେବା ଯୋଗୁଁ ଗତକାଲି ବିଲରେ ବିଷ ପିଇଦେଇ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଧାର କରଜ ଆଣି ଚାଷ କରିଥିବା ବେଳେ ଫସଲ ନଷ୍ଟ ହୋଇଯିବା କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି।

Tags: