ନୃଶଂସ ସ୍ୱାମୀ,ସ୍ତ୍ରୀ କୁ ହତ୍ୟାକାରୀ ମାଟି ତଳେ ପୋତିଦେଲା

ବଣାଇ: ସ୍ୱାମୀ ପାଲଟିଗଲା ସୈତାନ I ଘରୋଇ କଳହକୁ ନେଇ ସ୍ତ୍ରୀ କୁ ହାଣି ବାଡ଼ି ପଛପଟେ ମାଟି ତଳେ ପୋତିଦେଲା ସ୍ୱାମୀ I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାବୁନୁଆ ଗାଁରେ I ଅଭିଯୁକ୍ତ ସ୍ୱାମୀ ସ୍ୱାମୀ ଧରା ପଡିବ ପରେ ଏ କଥା ସ୍ୱୀକାର କରିଛି। ମୃତ ମହିଳାଙ୍କ ନାଁ ସରସ୍ୱତୀ କିସାନ। ତାଙ୍କ ସ୍ୱାମୀଙ୍କ ନାଁ ତ୍ରିଲୋଚନ କିସାନ। ସୂଚନା ଅନୁଯାୟୀ, ଗାଁର ତ୍ରିଲୋଚନ କିସାନ ଅଧିକାଂଶ ସମୟରେ ନିଜ […]

Samaya Live Picture
Published On

ବଣାଇ: ସ୍ୱାମୀ ପାଲଟିଗଲା ସୈତାନ I ଘରୋଇ କଳହକୁ ନେଇ ସ୍ତ୍ରୀ କୁ ହାଣି ବାଡ଼ି ପଛପଟେ ମାଟି ତଳେ ପୋତିଦେଲା ସ୍ୱାମୀ I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାବୁନୁଆ ଗାଁରେ I ଅଭିଯୁକ୍ତ ସ୍ୱାମୀ ସ୍ୱାମୀ ଧରା ପଡିବ ପରେ ଏ କଥା ସ୍ୱୀକାର କରିଛି। ମୃତ ମହିଳାଙ୍କ ନାଁ ସରସ୍ୱତୀ କିସାନ। ତାଙ୍କ ସ୍ୱାମୀଙ୍କ ନାଁ ତ୍ରିଲୋଚନ କିସାନ।

ସୂଚନା ଅନୁଯାୟୀ, ଗାଁର ତ୍ରିଲୋଚନ କିସାନ ଅଧିକାଂଶ ସମୟରେ ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ପାଟିତୁଣ୍ଡ କରୁଥିଲା । ଗତକାଲି ରାତିରେ ଏହା ଉଗ୍ର ରୂପ ନେଇଥିଲା I ଏହି ସମୟରେ ତ୍ରିଲୋଚନ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଠେଙ୍ଗାରେ ନିର୍ମମ ଭାବେ ପିଟି ଚାଲିଥିଲା । ଆଉ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ବାରିପଟେ ମାଟି ଖୋଳି ପୋତି ଦେଇଥିଲା। ପାଖରେ ଥିବା ପୁଅ ପ୍ରତିବାଦ କରିଥିଲେ ବି ତାକୁ ମାଡ଼ ମାରି ଆହତ କରି ଦେଇଥିଲା ଅଭିଯୁକ୍ତ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

Tags: