ବିଚାରପତିଙ୍କ ଉପରେ ମନ୍ତବ୍ୟ ଦେଇପାରିବେ ନାହିଁ ଅଭିଯୁକ୍ତ ,ସୁକେଶ ଚନ୍ଦ୍ରଶେଖର ର ଅଭିଯୋଗ ଖାରଜ
ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପଟିଆଲା ହାଉସ କୋର୍ଟ ଜେଲରେ ରହିଛି ମହାଠକ ସୁକେଶ ଚନ୍ଦ୍ରଶେଖର I ବିଚାରପତିଙ୍କ ଉପରେ ପକ୍ଷପାତ ଅଭିଯୋଗ ଆଣି ଥିବା ସୁକେଶକୁ ତାଗିଦ କରିଛନ୍ତି କୋର୍ଟ । ସୁକେଶ ଚନ୍ଦ୍ରଶେଖର ଏହି ମାମଲାକୁ ଅନ୍ୟ ଜଣେ ବିଚାରପତିଙ୍କୁ ହସ୍ତାନ୍ତର କରିବାକୁ କୋର୍ଟରେ ଆବେଦନ କରିଥିଲେ। ସୁକେଶ ବିଚାରପତିଙ୍କୁ ପକ୍ଷପାତିତା ଅଭିଯୋଗ କରିଥିଲେ। ଆବେଦନ ଉପରେ ପଟିଆଲା ହାଉସ କୋର୍ଟ କହିଥିଲେ କି କୌଣସି ବିଚାରପତିଙ୍କ ଉପରେ ଅଭିଯୁକ୍ତମାନେ […]
ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପଟିଆଲା ହାଉସ କୋର୍ଟ ଜେଲରେ ରହିଛି ମହାଠକ ସୁକେଶ ଚନ୍ଦ୍ରଶେଖର I ବିଚାରପତିଙ୍କ ଉପରେ ପକ୍ଷପାତ ଅଭିଯୋଗ ଆଣି ଥିବା ସୁକେଶକୁ ତାଗିଦ କରିଛନ୍ତି କୋର୍ଟ । ସୁକେଶ ଚନ୍ଦ୍ରଶେଖର ଏହି ମାମଲାକୁ ଅନ୍ୟ ଜଣେ ବିଚାରପତିଙ୍କୁ ହସ୍ତାନ୍ତର କରିବାକୁ କୋର୍ଟରେ ଆବେଦନ କରିଥିଲେ। ସୁକେଶ ବିଚାରପତିଙ୍କୁ ପକ୍ଷପାତିତା ଅଭିଯୋଗ କରିଥିଲେ। ଆବେଦନ ଉପରେ ପଟିଆଲା ହାଉସ କୋର୍ଟ କହିଥିଲେ କି କୌଣସି ବିଚାରପତିଙ୍କ ଉପରେ ଅଭିଯୁକ୍ତମାନେ ଟିପ୍ପଣୀ କରିପାରିବେ ନାହିଁ । ଏହାସହ ସୁକେଶ ଚନ୍ଦ୍ରଶେଖରର ହାଜତ ମିଆଦକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଶନିବାର (ମାର୍ଚ୍ଚ ୧୮) ପଟିଆଲା ହାଉସ କୋର୍ଟରେ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୋଗକାରୀ ଜପନା ସିଂଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ କୋର୍ଟ କହିଥିଲେ ଏହା ମଧ୍ୟରେ ସୁକେଶଙ୍କଠାରୁ ଏକ ଆବେଦନ କରାଯାଇଛି । ସୁକେଶଙ୍କ ଆବେଦନ ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଆବେଦନର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।
କୋର୍ଟ ତାଗିଦ୍ କରି କହିଛନ୍ତି ଯେ ଯେତେବେଳେ ଅଭିଯୁକ୍ତଙ୍କ ସପକ୍ଷରେ କୋର୍ଟ ରାୟ ଦେବ ସେତେବେଳେ କୋର୍ଟ ଭଲ,କିନ୍ତୁ ଏହା ନହେଲେ ବିଚାରପତି ପକ୍ଷପାତିତା କରୁଥିବା ଆକ୍ଷେପ କରି ଆବେଦନ କରାଯିବ I ଏ ସମ୍ପର୍କରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ ଏହି ଆବେଦନ ଭିତ୍ତିହୀନ। ସେ ସୁକେଶଙ୍କ ଆବେଦନ ଶୁଣିବେ ନାହିଁ।
କୋର୍ଟ କହିଛନ୍ତି ଯେ ବିଚାରପତି ମାନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ। ବିଚାରପତିଙ୍କ ଉପରେ କୌଣସି ମନ୍ତବ୍ୟ ଦେବାର ଅଧିକାର ଅଭିଯୁକ୍ତର ନାହିଁ।




