ପୋଖରୀ ହୁଡ଼ାରୁ ଛାତ୍ରଙ୍କ ଶବ ଉଦ୍ଧାର ଘଟଣା,ବାପା କାଟିଥିଲା ତଣ୍ଟି
ସାଲେପୁର : କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଶବ ଉଦ୍ଧାର ଘଟଣା । ପୁଅର ତଣ୍ଟି କାଟିଛି ବାପା। ମାଆର ଅଭିଯୋଗ ପୁଅର ହତ୍ୟାକାରୀ ନିଜେ ବାପା। ସାଲେପୁର ଜଗତପୁର ଥାନା ପୂର୍ବକଛ ଗାଁରେ ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼। ଗାଁର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷର ପୁଅ ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଘଟଣାର ଦିନକ ପରେ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ। ଗଣମାଧ୍ୟମ […]
ସାଲେପୁର : କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଶବ ଉଦ୍ଧାର ଘଟଣା । ପୁଅର ତଣ୍ଟି କାଟିଛି ବାପା। ମାଆର ଅଭିଯୋଗ ପୁଅର ହତ୍ୟାକାରୀ ନିଜେ ବାପା। ସାଲେପୁର ଜଗତପୁର ଥାନା ପୂର୍ବକଛ ଗାଁରେ ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼। ଗାଁର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷର ପୁଅ ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଘଟଣାର ଦିନକ ପରେ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ।
ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଜଗନ୍ନାଥଙ୍କ ସ୍ତ୍ରୀ। ପୋଲିସ ଜଗନ୍ନାଥଙ୍କୁ ଅଟକ ରଖି ପଚରାଉଚରା କରିଛି । ଗତକାଲି ଠାରୁ ଗାଁର ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ ଓରଫ ଜ୍ୟୋତି ରଞ୍ଜନ ବେହେରା (୧୨) ବର୍ଷ ଘରୁ ବାହାରି ଯାଇ ଆଉ ଫେରି ନଥିଲେ I
ଘଟନାନୁସାରେ,ଗତକାଲି ସାଲେପୁର ଜଗତପୁର ଥାନା ପୂର୍ବକଛ ଗାଁର ନାବାଳକ ଶୁଭମଙ୍କର ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରଠାରୁ କିଛି ଦୂରରେ ଥିବା ଚନ୍ଦନପୋଖରୀ ହୁଡାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକେ। ଏହାପରେ ପରିବାର ଲୋକେ ଯାଇ ମୃତଦେହ ଚିହ୍ନଟ କରିଥିଲେ Iଏକ ଧାରୁଆ ଅସ୍ତ୍ରରେ ଜ୍ୟୋତିଙ୍କ ବେକ କଟାଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗତପୁର ଥାନାକୁ ଖବର ଦେଇଥିଲେ ଗାଁ ଲୋକ। ଏହି ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଜଗନ୍ନାଥଙ୍କ ସ୍ତ୍ରୀ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ସଠିକ ତଥ୍ୟ ଜଣ ପଡ଼ିନାହିଁ I ପୋଲିସ ଜଗନ୍ନାଥଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।




