ସ୍ତ୍ରୀ ଆଗରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା
ଢେଙ୍କାନାଳ : ସ୍ତ୍ରୀ ଆଗରେ ପଥର ଛେଚି ସ୍ୱାମୀକୁ ହତ୍ୟା କଲେ ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ରୁପାବେଡା ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗଗନ ନାଏକ । ସେ ଜଣେ ଦିନ ମଜୁରିଆ ବୋଲି ଜଣା ପଡିଛି । ଏନେଇ ତାଙ୍କ ସ୍ତ୍ରୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗଗନ ଓ ତାଙ୍କ ସ୍ତ୍ରୀ କାମରୁ ଘରକୁ ଫେରୁଥିଲେ। ଏହି […]
ଢେଙ୍କାନାଳ : ସ୍ତ୍ରୀ ଆଗରେ ପଥର ଛେଚି ସ୍ୱାମୀକୁ ହତ୍ୟା କଲେ ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ରୁପାବେଡା ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗଗନ ନାଏକ । ସେ ଜଣେ ଦିନ ମଜୁରିଆ ବୋଲି ଜଣା ପଡିଛି । ଏନେଇ ତାଙ୍କ ସ୍ତ୍ରୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି।
ଘଟଣା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗଗନ ଓ ତାଙ୍କ ସ୍ତ୍ରୀ କାମରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। କାହିଁକି ଆମକୁ ଅଟକାଉଛ ବୋଲି ଗଗନ ଦୁର୍ବୃତ୍ତମାନଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଗଗନଙ୍କୁ ନିଧୂର୍ମ ମାଡ଼ ମାରି ତଳେ ପକାଇ ଦେଇଥିଲେ । ପରେ ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଗଗନଙ୍କ ସ୍ତ୍ରୀ ଦୁର୍ବୃତ୍ତମାନଙ୍କୁ ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଖବର ପାଇ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଗନ ଓ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଗଗନଙ୍କୁ ମୃତ ଘୋଷଣା କରିଥିଲେ।




