ସ୍ତ୍ରୀର ପ୍ରେମିକକୁ ଗୁଳିମାଡ଼ କଲା ସ୍ବାମୀ
ବୁର୍ଲା : ପରକୀୟା ପ୍ରୀତି କୁ ନେଇ ଗୁଳିମାଡ଼ I ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ । ଗୁଳିମାଡ଼ ପରେ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି। ଘଟଣା ଘଟିଛି ସମ୍ବଲପୁର ସ୍ଥିତ ରେଢାଖୋଲ ଅଞ୍ଚଳର ଖେତୀନାଳି ଗାଁରେ Iଗୁରୁତର ଅବସ୍ଥାରେ ପ୍ରେମିକ ପଙ୍କଜଙ୍କୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ସୂଚନାନୁସାରେ,ଚାରମାଲ ଝାଙ୍କରପଡା ଗାଁର ସ୍ବାଧୀନ ପ୍ରଧାନ ୧୦ ବର୍ଷ ପୂର୍ବରୁ ବିବାହ କରିଥିଲେ I ମାତ୍ର ୨ […]
ବୁର୍ଲା : ପରକୀୟା ପ୍ରୀତି କୁ ନେଇ ଗୁଳିମାଡ଼ I ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ । ଗୁଳିମାଡ଼ ପରେ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି। ଘଟଣା ଘଟିଛି ସମ୍ବଲପୁର ସ୍ଥିତ ରେଢାଖୋଲ ଅଞ୍ଚଳର ଖେତୀନାଳି ଗାଁରେ Iଗୁରୁତର ଅବସ୍ଥାରେ ପ୍ରେମିକ ପଙ୍କଜଙ୍କୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନାନୁସାରେ,ଚାରମାଲ ଝାଙ୍କରପଡା ଗାଁର ସ୍ବାଧୀନ ପ୍ରଧାନ ୧୦ ବର୍ଷ ପୂର୍ବରୁ ବିବାହ କରିଥିଲେ I ମାତ୍ର ୨ ବର୍ଷ ପୂର୍ବେ ସ୍ତ୍ରୀଙ୍କୁ ଛାଡ ପତ୍ର ଦେବାରୁ ତାଙ୍କ ସ୍ତ୍ରୀ ଖେତୀନାଳି ଗାଁର ପଙ୍କଜ ଦେହୁରୀଙ୍କ ସହ ରହି ଆସୁଥିଲେ I ୨ ବର୍ଷ ହେବ ପଙ୍କଜ ଓ ସମ୍ପୃକ୍ତ ମହିଳା ଉଭୟ ବାହାରେ ରହୁଥିଲେ। ଗତକାଲି କୌଣସି କାମରେ ଉଭୟ କ୍ଷେତିନାଳିକୁ ଯାଇଥିଲେ।ତେବେ ସ୍ୱାଧୀନ ଙ୍କ ସନ୍ଦେହ ଥିଲା ଯେ ତାଙ୍କ ସ୍ତ୍ରୀ ଛାଡ଼ପତ୍ର ପୂର୍ବରୁ ପଙ୍କଜ ସହିତ ସମ୍ପର୍କରେ ଥିଲେ I ତେଣୁ ପଙ୍କଜ ହିଁ ତାଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ I ତେଣୁ ଗତକାଲି ବିଳମ୍ବିତ ରାତିରେ ସ୍ୱାଧୀନ ଖେତୀନାଳି ଗାଁକୁ ଯାଇ ପଙ୍କଜ ଉପରେ ଗୁଳି ମାଡ଼ କରି ଫେରାର ହୋଇ ଯାଇଛି I ପଙ୍କଜଙ୍କୁ ପ୍ରଥମେ ଚାରମାଳ ମେଡିକାଲ ଓ ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି I




