ପାରିବାରିକ କଳହର କରୁଣ ପରିଣତି,ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କଲା ସ୍ୱାମୀ
ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି I କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ଘରୋଇ କଳହ ଉଗ୍ର ରୂପ ନେବାରୁ ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ ପନିକି ରେ ହାଣି ହତ୍ୟା କରିଛି ସ୍ୱାମୀ। ମୃତକ ହେଉଛନ୍ତି ସ୍ତ୍ରୀ ତୁଳସୀ ଏବଂ ହତ୍ୟାକାରୀ ସ୍ୱାମୀ ଅଭୟ ରାଉତ I ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ। ସୂଚନା ଅନୁସାରେ ଅଭୟ ରାଉତ ଅନେକ […]
ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି I କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ଘରୋଇ କଳହ ଉଗ୍ର ରୂପ ନେବାରୁ ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ ପନିକି ରେ ହାଣି ହତ୍ୟା କରିଛି ସ୍ୱାମୀ। ମୃତକ ହେଉଛନ୍ତି ସ୍ତ୍ରୀ ତୁଳସୀ ଏବଂ ହତ୍ୟାକାରୀ ସ୍ୱାମୀ ଅଭୟ ରାଉତ I ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।
ସୂଚନା ଅନୁସାରେ ଅଭୟ ରାଉତ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଘରେ ସ୍ତ୍ରୀ ସହିତ ଗଣ୍ଡଗୋଳ କରିଥାଏ I ସେହିପରି କୌଣସି କାରଣକୁ ନେଇ ଗତକାଲି ରାତିରୁ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା I ଆଜି ସକାଳେ ପୁଣି ସେହି କଥାକୁ ନେଇ ବଚସା ଉଗ୍ରରୂପ ନେବାରୁ ସ୍ୱାମୀ ଅଭୟ ଏକ ପନିକିରେ ସ୍ତ୍ରୀ ତୁଳସୀକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତୁଳସୀର ମୃତ୍ୟୁ ହୋଇଥିଲା । ଖବର ପାଇବାପରେ ଘଟଣାସ୍ଥଳରେ ସସ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ସ୍ୱାମୀ ଅଭୟକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।




