ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତଳଗାଁ ଗଣ୍ଡାପାଜୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା I ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ନୃଶଂସ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ମୃତକ ସ୍ତ୍ରୀ ହେଲେ ଦୁଲ୍ଲଭା ନାଏକ । ହତ୍ୟାକାରୀ ସ୍ୱାମୀ ହେଉଛନ୍ତି କିଶୋର ନାଏକ। ହତ୍ୟାକାଣ୍ଡ ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି I ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ସ୍ୱାମୀ କିଶୋର […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତଳଗାଁ ଗଣ୍ଡାପାଜୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା I ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ନୃଶଂସ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ମୃତକ ସ୍ତ୍ରୀ ହେଲେ ଦୁଲ୍ଲଭା ନାଏକ । ହତ୍ୟାକାରୀ ସ୍ୱାମୀ ହେଉଛନ୍ତି କିଶୋର ନାଏକ। ହତ୍ୟାକାଣ୍ଡ ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି I ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ସ୍ୱାମୀ କିଶୋର ନାଏକ ଏବଂ ତାଙ୍କ ସ୍ତ୍ରୀ ଦୁଲ୍ଲଭା ନାଏକଙ୍କ ପ୍ରାୟ ସମୟରେ ପାରିବାରିକ କଳହ ଲାଗିରହୁଥିଲା । ଆଜି ସକାଳେ ମଧ୍ୟ କୌଣସି କାରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଉଗ୍ର ରୂପ ନେବାରୁ,ଏଥିରେ ଉତକ୍ଷିପ୍ତ ସ୍ୱାମୀ କିଶୋର ଘରେ ଥିବା ଏକ ଟାଙ୍ଗିଆରେ ସ୍ତ୍ରୀର ବେକକୁ ଦୁଇ ଚୋଟ ମାରିଥିଲା ଇ ଫଳରେ ଘଟଣାସ୍ଥଳରେ ଦୁଲ୍ଲଭାଙ୍କର ମୃତ୍ୟୁ ଘଟିଥିଲା I




